ମାନେ ପଡନ୍ତି ରାଜା ରାମଚନ୍ଦ୍ର ମର୍ଦ୍ଦରାଜ

ମାନେ ପଡନ୍ତି ରାଜା ରାମଚନ୍ଦ୍ର ମର୍ଦ୍ଦରାଜ

ଓଡିଶା ଇତିହାସର ଆଦର୍ଶ ଜନନାୟକ ତଥା ଖଲ୍ଲିକୋଟ ରାଜା ସ୍ବର୍ଗତ ରାମଚନ୍ଦ୍ର ମର୍ଦ୍ଦରାଜ ଦେଓଙ୍କ ୧୨୪ ତମ ଜନ୍ମ ଜୟନ୍ତୀର ପ୍ରସ୍ତୁତି ବୈଠକ ସ୍ଥାନୀୟ ଯୁବରାଜ ବଙ୍ଗଳା ଠାରେ ଅନୁଷ୍ଠିତ ହୋଇଯାଇଅଛି l ଏହି ବୈଠକରେ ମର୍ଦ୍ଦରାଜ ସାଂସ୍କୃତିକ ପରିଷଦର ସମ୍ପାଦକ ସୁଧାଂଶୁ ସାହୁଙ୍କ ପୌରହିତରେ ଆସନ୍ତା ଜାନୁଆରୀ ମାସରେ ହେବାକୁ ଥିବା ମର୍ଦ୍ଦରାଜ  ମହୋ ଉତ୍ସବକୁ ନିରାଡମ୍ବର ଭାବେ ପାଳନ କରିବା ବିଷୟରେ ଆଲୋଚନା କରାଯାଇଥିଲା l ଏକ ପ୍ରକାର ନିଷ୍ପତି କ୍ରମେ ଖଲ୍ଲିକୋଟ ରାଣୀ ସାହେବା ସ୍ୱର୍ଗତା ଭି ସୁଜ୍ଞାନି କୁମାରୀ ଦେଓଙ୍କ ଦେହାନ୍ତର ଏକ ବର୍ଷ ପୁରି ନଥିବା ଯୋଗୁଁ ଆସନ୍ତା ଜାନୁଆରୀ ମାସରେ ହେବାକୁ ଥିବା ଏହି ଜନ୍ମ ଜୟନ୍ତୀ ସମାରୋହକୁ ତିନି ଦିନ ପରିବର୍ତ୍ତେ ଗୋଟିଏ ଦିନ ନିରାଡମ୍ୱର ଭାବେ ପାଳନ କରାଯିବାକୁ ନିଷ୍ପତି ନିଆଯାଇଥିଲା l ନିଷ୍ପତ୍ତି କ୍ରମେ ଉକ୍ତ ଦିନ ପାରମ୍ପରିକ ଭାବେ ପ୍ରଭାତ ଫେରି ସହିତ ରାଜା ବାହାଦୁରଙ୍କ ପ୍ରତି ମୂର୍ତ୍ତିରେ ମାଲ୍ୟାର୍ପଣ ସହିତ ମର୍ଦ୍ଦରାଜ ମଣ୍ଡପରେ ସ୍ମୃତି ଚାରଣ ସଭା ହେବା ପାଇଁ ନିଷ୍ପତି ନିଆଗଲା l ସମସ୍ତ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାତିଲ କରିବା ସହିତ ସ୍ମରଣିକା ପ୍ରକାଶନ ସର୍ଵ  ସମ୍ମତି କ୍ରମେ  ବନ୍ଦ କରିଦିଆଗଲା l ଏହି କାର୍ଯ୍ୟକ୍ରମରେ ଏନ୍ ଏ ସି ଅଧକ୍ଷ ନିରଞ୍ଜନ ବେହେରା, ଡାକ୍ତର ହର ପ୍ରସାଦ ମହାପାତ୍ର, ଅରୁଣ ପଣ୍ଡା, ଆରତୀ ଦେବୀ ଙ୍କ ସହିତ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଓ ସାମ୍ୱାଦିକ ଉପସ୍ଥିତ ଥିଲେ

author

Related Articles

Leave a Reply

Your email address will not be published. Required fields are marked *