ମାର୍ଚ୍ଚରୁ ଆରମ୍ଭ ହେବ ଆଇପିଏଲ ସମର୍ !

ମାର୍ଚ୍ଚରୁ ଆରମ୍ଭ ହେବ ଆଇପିଏଲ ସମର୍ !

ମାର୍ଚ୍ଚରୁ ଆରମ୍ଭ ହୋଇପାରେ କ୍ରିକେଟ୍ ଆଇପିଏଲ ସମର୍ । ୧୭ତମ ଆଇପିଏଲ ମାର୍ଚ୍ଚ ୨୨ରୁ ଆରମ୍ଭ ହେବାର ସମ୍ଭାବନା ରହିଛି । ଲୋକସଭା ନିର୍ବାଚନ ତାରିଖ ଘୋଷଣା ପରେ ଟୁର୍ନାମେଣ୍ଟ ତାରିଖ ସ୍ପଷ୍ଟ ହୋଇଯିବ । କ୍ରିକବୁଜ୍ ରିପୋର୍ଟ ଅନୁଯାୟୀ, ଆଇପିଏଲ ଟୁର୍ନାମେଣ୍ଟ ମାର୍ଚ୍ଚ ୨୨ରୁ ଆରମ୍ଭ ହୋଇ ମେ ୨୬ ପର୍ଯ୍ୟନ୍ତ ଖେଳାଯିବ ବୋଲି ଆଶା କରାଯାଉଛି । ୱେମନ୍ ପ୍ରିମିୟର ଲିଗ୍ (ଡଚଖ) ଅନୁଷ୍ଠିତ ହେବା ପରେ ଓଚଖ ଖେଳାଯିବାର ସମ୍ଭାବନା ରହିଛି। ଡଚଖ ଫେବୃଆରୀ ୨୨ରୁ ମାର୍ଚ୍ଚ ୧୭ ମଧ୍ୟରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଡଚଖକୁ ଲକ୍ଷ୍ୟରେ ରଖି ଓଚଖ ପାଇଁ ତାରିଖ ନିର୍ଦ୍ଧାରିତ ହେବ।


ନିର୍ବାଚନ ମଧ୍ୟରେ ବିସିସିଆଇ ଭାରତରେ ଟୁର୍ନାମେଣ୍ଟ ଆୟୋଜନ କରିବାକୁ ଲକ୍ଷ୍ୟ ରଖିଛି। ଏପରି ହେଲେ ଲୋକସଭା ନିର୍ବାଚନ ବର୍ଷରେ ଚତୁର୍ଥ ଥର ପାଇଁ ଆଇପିଏଲ ଟୁର୍ନାମେଣ୍ଟ ଖେଳାଯିବ। ପୂର୍ବରୁ ତିନିଥର- ୨୦୦୯, ୨୦୧୪ ଏବଂ ୨୦୧୯ରେ ଖେଳା ଯାଇଥିଲା। ୨୦୦୯ ଏବଂ ୨୦୧୪ରେ ଟୁର୍ନାମେଣ୍ଟ ବିଦେଶରେ ଆୟୋଜିତ ହୋଇଥିଲା। କିନ୍ତୁ ୨୦୧୯ରେ ସାଧାରଣ ନିର୍ବାଚନ ସତ୍ତ୍ୱେ ଭାରତରେ ହିଁ ଆଇପିଏଲ ଖେଳାଯାଇଥିଲା। ତେଣୁ ଚଳିତ ବର୍ଷ ମଧ୍ୟ ଭାରତରେ ଆଇପିଏଲ ଅନୁଷ୍ଠିତ ହେବ।

author

Related Articles

Leave a Reply

Your email address will not be published. Required fields are marked *