ମାଲକାନଗିରିରେ ଗଡିବ ଲକ୍ଷ୍ମୀ ବସ

ମାଲକାନଗିରିରେ ଗଡିବ ଲକ୍ଷ୍ମୀ ବସ

ରାଜ୍ୟବାସୀଙ୍କୁ ସଶକ୍ତ କରିବା ପାଈ ନବୀନ ପଟ୍ଟନାୟକଙ୍କ ଲକ୍ଷ୍ମୀ ବସର ଶୁଭାରମ୍ଭ କରିଛନ୍ତି । ସାଧାରଣ ଲୋକଙ୍କ ପାଈ ଏହା ସୁବିଧା ଯୋଗାଇଦେବ । ଆଜି ମାଲକାନଗିରିରେ ଲକ୍ଷ୍ମୀ ବସ ସେବାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ । ପ୍ରଥମ ଦିନରେ ଗଡିବ ୩୬ଟି ବସ । ସବୁଜ ପତାକା ଦେଖାଇ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମ ଜିଲ୍ଲା ଭାବେ ମାଲକାନଗିରି ଜିଲ୍ଲାରୁ ଏହି ସେବା ଆଜି ଆରମ୍ଭ ହେବ । ପଞ୍ଚାୟତରୁ ବ୍ଲକ, ସଦରମହକୁମା ଓ ରାଜଧାନୀକୁ ଯିବା ସହଜ ହେବ । ଆଗକୁ ଅନ୍ୟଜିଲ୍ଲାରେ ମଧ୍ୟ ଖୁବଶୀଘ୍ର ଲକ୍ଷ୍ମୀ ବସ ସେବା ମିଳିବ । ପ୍ରଥମ ପର୍ଯ୍ୟାୟରେ ୬ଟି ଜିଲ୍ଲାରେ ଲକ୍ଷ୍ମୀ ଯୋଜନାରେ ବସ ସେବା ସାମିଲ ହେବ । ମାଲକାନଗିରି ପରେ କୋରାପୁଟ, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି, ଗଜପତି ଜିଲ୍ଲାରେ ଲକ୍ଷ୍ମୀ ବସ ସେବା ମିଳିବ ।

author

Related Articles

Leave a Reply

Your email address will not be published. Required fields are marked *