ମାଳଦ୍ୱୀପ ରାଷ୍ଟ୍ରପତି ମୁଇଜୁ ଭାରତ ପାଇଁ ବିପଦ

ମାଳଦ୍ୱୀପ ରାଷ୍ଟ୍ରପତି ମୁଇଜୁ ଭାରତ ପାଇଁ ବିପଦ

ମାଳଦ୍ୱୀପର ନୂଆ ରାଷ୍ଟ୍ରପତି ହୋଇଛନ୍ତି ପ୍ରୋଗ୍ରେସିଭ୍ ପାର୍ଟି ଅଫ୍ ମାଳଦୀପ ପାର୍ଟିର ମୁଖ୍ୟ ମୋହମ୍ମଦ ମୁଇଜୁ । ମୁଇଜୁ ମାଳଦ୍ୱୀପର ରାଷ୍ଟ୍ରପତି ହେବା ପରେ ଭାରତକୁ ଝଟକା ଲାଗିଥିବା କୁହାଯାଉଛି । ମୁଇଜୁ ହେଉଛନ୍ତି ଚୀନର ବଡ ସମର୍ଥକ । ୫୪ ପ୍ରତିଶତ ଭୋଟ ପାଇ ସେ ଇବ୍ରାହିମ୍ ମୋହମ୍ମଦ ସୋଲିହଙ୍କୁ ହରାଇଛନ୍ତି । ରାଷ୍ଟ୍ରପତି ନିର୍ବାଚନ ପ୍ରଚାର ବେଳେ ସେ କହିଥିଲେ ଯେ ଯଦି ସେ ରାଷ୍ଟ୍ରପତି ହୁଅନ୍ତି ତେବେ ଦେଶରେ ଚୀନର ନିବେଶ ବଢିବ । ଦୁଇ ଦେଶ ଅଧିକ ନିକଟବର୍ତ୍ତୀ ହେବେ । ଅନ୍ୟପଟେ ମାଳଦୀପ ସହ ମଧ୍ୟ ଭାରତର ସମ୍ପର୍କ ଅତି ଗୁରୁତ୍ୱପୂର୍ଣ୍ଣ । କାରଣ ଭାରତର ପଣ୍ୟବାହୀ ଜାହାଜ ସବୁ ସମୁଦ୍ର ପଥରେ ମାଳଦୀପ ହୋଇ ଯାଆନ୍ତି । ଏହା ଏକ ସେଣ୍ଟର ପଏଣ୍ଟ । ଏବେ ଚୀନର ବଡ ସମର୍ଥକ ମୁଇଜୁ ମାଳଦୀପର ରାଷ୍ଟ୍ରପତି ହୋଇଥିବାବେଳେ ଚୀନର ପକ୍ଷ ନେଇ ଭାରତକୁ ସମସ୍ୟାରେ ପକାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

author

Related Articles

Leave a Reply

Your email address will not be published. Required fields are marked *