ମାଳ ମାଳ ଯୋଜନାକୁ ଧରି ବସିଛନ୍ତି ମୋହନ, କିନ୍ତୁ ବଜେଟ୍ ଶୂନ !

ମାଳ ମାଳ ଯୋଜନାକୁ ଧରି ବସିଛନ୍ତି ମୋହନ, କିନ୍ତୁ ବଜେଟ୍ ଶୂନ !

ଯୋଜନା ଯୋଜନା ଯୋଜନା । ନୂଆ ସରକାରରେ ଏହି ଶବ୍ଦଟି ସବୁଆଡେ ଚହଳ ପକାଇଛି । ଯେବେଠାରୁ ବିଜେପି ସରକାରକୁ ଆସିଛି ସେବେଠାରୁ ବିଜେପି ନେତାମାନେ କେବଳ ଯୋଜନା ଉପରେ ହିଁ ଫୋକସ କରିଛନ୍ତିା ପୁରୁଣା ଯୋଜନାର ନାଁ ପରିବର୍ତନ କରି ସେଗୁଡିକୁ ନୂଆ ନାଁ ଦେଉଛନ୍ତିା ଏବଂ କିଛି ନୂଆ ଯୋଜନା ମଧ୍ୟ ଆଣୁଛନ୍ତିା କିନ୍ତୁ ସେଗୁଡିକୁ କାଯ୍ୟକାରୀ କରିବା ଦିଗରେ ସଫଳ ହୋଇପାରୁନି ବିଜେପି । ଯାହାକୁ ନେଇ ଜନ ଅସନ୍ତୋଷ ତୀବ୍ର ହେବା ସହ ବିଜେପିର ଯୋଜନା ମାଳ ମାଳ କାମ ଦୁବଳ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ତେବେ ବିଜେପିର ସବୁଠୁ ଚର୍ଚ୍ଚିତ ଯୋଜନା କହିଲେ ସୁଭଦ୍ରା ଯୋଜନାକୁ ବୁଝାଏ । କିନ୍ତୁ ଆଜି ଯାଏଁ ସେଥିରେ କିଛି ବି ସ୍ପଷ୍ଟତା ଆସିଲାନି । ବାରମ୍ବାର ସୁଭଦ୍ରା ଯୋଜନାର ଗାଇଡ ଲାଇନ ବଦଳାଇବା ସହ ସେଥିରେ ପରିବର୍ତନ କରୁଛନ୍ତି ବିଜେପି ସରକାର । ଯାହାକୁ ନେଇ ବିରୋଧୀଙ୍କ ସହ ସାଧାରଣ ଲୋକ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି । ସେହିପରି ସ୍ୱାସ୍ତ୍ୟ କାର୍ଡକୁ ନେଇ ମଧ୍ୟ ବଡ ବଡ କଥା କହିଥିଲା ବିଜେପି । ବିଜୁ ସ୍ୱାସ୍ଥ୍ୟ ଯୋଜନା ବଦଳରେ ଗୋପବନ୍ଧୁ ଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ଭାରତ ଯୋଜନା ରାଜ୍ୟରେ ଲାଗୁ ହେବା ନେଇ ଘୋଷଣା ହୋଇଛି । କିନ୍ତୁ ସେଦିଗରେ ଏଯାଏଁ ସେପରି ଆଖି ଦୃଶିଆ ପଦକ୍ଷେପ ନିଆଯାଇନାହିଁ । ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ ହୋଇଥିଲେ ମଧ୍ୟ ତାହା ଜେନେରାଲ ଆୟୁଷ୍ମାନ ଯୋଜନା ହୋଇନଥିବା ରାଜନୈତିକ ସମୀକ୍ଷକମାନେ ମତପ୍ରକାଶ କରିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *