ମାଷ୍ଟର ସେଫ୍ ସିଜନ ୮ର ୱିନର ମହମ୍ମଦ ଆସିକ୍‌

ମାଷ୍ଟର ସେଫ୍ ସିଜନ ୮ର ୱିନର ମହମ୍ମଦ ଆସିକ୍‌

ଅଦମ୍ୟ ଇଚ୍ଛା ଶକ୍ତି ଥିଲେ ଦାରିଦ୍ର‌୍ୟତାରେ ମଧ୍ୟ ମଣିଷ ସ୍ୱପ୍ନ ଦେଖିବାକୁ କେବେବି ପଛଘୁଞ୍ଚା ଦିଏ ନାହିଁ । ଏହାର ଏକ ଉଦାହରଣ ସାଜିଛନ୍ତି କର୍ଣ୍ଣାଟକ ମାଙ୍ଗାଲୋରର ମହମ୍ମଦ ଆସିକ୍ । ବୟସ ୨୪ ବର୍ଷ । ଘରର ଦାରିଦ୍ର‌୍ୟତା ଏବଂ ଆବଶ୍ୟକତା ପୂରଣ କରିବାକୁ ଯାଇ ଆସିକ୍ ଏକ ଛୋଟ ଜୁସ୍ ଦୋକାନ ଚଳାଉଥିଲେ । କିନ୍ତୁ ରୋଷେଇ ପ୍ରତି ତାଙ୍କର ଇଚ୍ଛା ତାଙ୍କୁ ମାଷ୍ଟର ସେଫ ହେବାର ସ୍ୱପ୍ନ ଦେଖାଇଥିଲା । ନିଜ ସ୍ୱପ୍ନକୁ ସାକାର କରିବା ପାଇଁ ଦୋକାନ କାମ ପରେ ଘରେ ବିଭିନ୍ନ ପ୍ରକାର ନୂଆ ନୂଆ ଡିସ୍ ପ୍ରସ୍ତୁତ କରି ପରିବାର ଲୋକଙ୍କୁ ଖୁଆଉଥିଲେ । ପରେ ସାରା ଦେଶକୁ ନିଜ ହାତରନ୍ଧା ଖାଦ୍ୟର ଯାଦୁ ଦେଖାଇବା ପାଇଁ ମାଷ୍ଟର ସେଫ୍ ଇଣ୍ଡିଆରେ ପହଁଞ୍ଚିଥିଲେ । ଶେଷରେ ଦୀର୍ଘ ୮ ସପ୍ତାହ ଧରି ଚାଲିଥିବା ଏହି ସୋ ର ୱିନର ଭାବରେ ନିଜକୁ ପ୍ରମାଣିତ କରିଛନ୍ତି ଆସିକ୍ ।

ନିଜ ପ୍ରତିଭାର ପ୍ରଦର୍ଶନ କରି ସେ ଜଜେସ୍ ମାନଙ୍କୁ ବେଶ୍ ଇମ୍ର୍ପ୍ରେସ ମଧ୍ୟ କରିଛନ୍ତି । ମାଷ୍ଟର ସେଫ୍ ଟ୍ରଫି ଜିତିବା ସହ ୁ ୨୫ ଲକ୍ଷ ଟଙ୍କାର ଏକ ଚେକ୍ ମଧ୍ୟ ମିଳିଛି । ମାଷ୍ଟର ସେଫ ର ଟାଇଟଲ ଜିତିବା ପରେ ସେ ଏହି ଯାତ୍ରାକୁ ନେଇ ଗର୍ବିତ ଥିବା କହିଛନ୍ତି । ଏଲିମିସନ ରାଉଣ୍ଡରୁ ଆରମ୍ଭ କରି ଜିତିବା ପ ଯ୍ୟନ୍ତ ତାଙ୍କ ପାଇଁ ଏକ ଶିକ୍ଷା ଥିବା ସେ କହିଛନ୍ତି । ଏହା ସହ ମାଷ୍ଟର ସେଫ ଇଣ୍ଡିଆ ମୋ ଜୀବନର ଗତି ପଥ ବଦଳାଇ ଦେଇଥିବା କହିଛନ୍ତି ଆସିକ୍ । ତେବେ ସ୍ୱପ୍ନ ଦେଖିବା ସହ ଏହାକୁ ସାକାର କରିବା ପାଇଁ ନିରନ୍ତର ପ୍ରୟାସ କରିବା କେତେ ଜରୁରୀ ତାହା ଆସିକଙ୍କ ଏହି ସକ୍ସେସରୁ ବାରି ହୋଇପଡୁଛି ।

author

Related Articles

Leave a Reply

Your email address will not be published. Required fields are marked *