ମାସକୁ ୨ ଟଙ୍କା ରଖିଲେ ମିଳିବ ୨ ଲକ୍ଷ ଟଙ୍କାର ସୁବିଧା

ମାସକୁ ୨ ଟଙ୍କା ରଖିଲେ ମିଳିବ ୨ ଲକ୍ଷ ଟଙ୍କାର ସୁବିଧା

ମାସକୁ ୨ ଟଙ୍କା ସଞ୍ଚୟ କଲେ ଆପଣ ପାଇପାରିବେ ୨ଲକ୍ଷ ଟଙ୍କାର ସୁବିଧା । କଥାଟା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ସାଧାରଣ ଲୋକଙ୍କ ହିତ ପାଇଁ କେନ୍ଦ୍ର ସରକାର ଏକ ସୁନ୍ଦର ଯୋଜନା ଆଣିଛନ୍ତି । ମାସକୁ ମାତ୍ର ୨ ଟଙ୍କା ସଞ୍ଚୟ କରି ପାଇପାରିବେ ୨ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସୁବିଧା । କେନ୍ଦ୍ର ସରକାରଙ୍କ ଏହି ଯୋଜନାର ନାଁ ହେଉଛି ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା । ଏଥିରେ ନିବେଶ କରି ସାଧାରଣ ଲୋକଟିଏ ୨ଲକ୍ଷ ଟଙ୍କା ସ୍ୱାସ୍ଥ୍ୟ ସେବା ପାଇପାରିବ । ଖାଲି ଏତିକି ନୁହେଁ, ଏହି ଯୋଜନାରେ ହିତାଧିକାରୀ ବାର୍ଷିକ ୨୦ ଟଙ୍କା ମଧ୍ୟ ରଖିପାରିବେ । ହିତାଧିକାରୀଙ୍କ ସ୍ୱାସ୍ଥ୍ୟ ଖରାପ ହେଲେ ୨ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସେବା ମିଳିବ ।

ବର୍ଷକୁ ଯଦି ଆପଣ ୨୦ ଟଙ୍କା ରଖନ୍ତି , ତେବେ ଆପଣଙ୍କୁ ମାସକୁ ୨ ଟଙ୍କା ମଧ୍ୟ ଦେବାକୁ ପଡ଼ିବ ନାହିଁ । ଅର୍ଥାତ୍ ହିସାବକୁ ନେଲେ ଆପଣଙ୍କୁ ମାସକ ୨ରୁ ଆହୁରି କମ୍ ଟଙ୍କା ଦେବାକୁ ହେବ । ସବୁଠାରୁ ବଡ଼ କଥା ହେଉଛି, ଏହି ଯୋଜନାରେ ନିବେଶ କରିଥିବା ବ୍ୟକ୍ତିଙ୍କର ଯଦି କୌଣସି କାରଣରୁ ମୃତ୍ୟୁ ହୋଇଯାଏ , ତେବେ ଯୋଜନାରେ ନିବେଶ କରିଥିବା ହିତାଧିକାରୀଙ୍କ ନୋମିନିଙ୍କୁ କ୍ଷତିପୂରଣ ସ୍ୱରୂପ ୨ଲକ୍ଷ ଟଙ୍କା ମିଳିବ । ଖାଲି ସେତିକି ନୁହେଁ, ଏହି ଯୋଜନାର ହିତାଧିକାରୀ ଯଦି କୌଣସି ଦୁର୍ଘଟଣାରେ ଆଂଶିକ ବିକଳାଙ୍ଗ ହୋଇଯା’ନ୍ତି ତେବେ ତାଙ୍କୁ ୧ ଲକ୍ଷ ଟଙ୍କା ସହାୟତା ମିଳିବ । ସେହିପରି ବ୍ୟକ୍ତି ଜଣକ ଯଦି ସମ୍ପୂର୍ଣ୍ଣ ବିକଳାଙ୍ଗ ହୋଇଯା’ନ୍ତି ତାଙ୍କୁ ୨ ଲକ୍ଷ ଟଙ୍କା ସହାୟତା ଦେବେ କେନ୍ଦ୍ର ସରକାର । ତେବେ ଏହି ଯୋଜନା ସମ୍ପର୍କରେ ଯଦି ଆପଣ ଆହୁରି ଅଧିକ ତଥ୍ୟ ଜାଣିବାକୁ ଚାହୁଁଛନ୍ତି, ତେବେ ଆପଣ ନିକଟସ୍ଥ ବ୍ୟାଙ୍କରେ ଯୋଗାଯୋଗ କରିପାରିବେ । ଅଧିକାରୀଙ୍କ ନିକଟରୁ ପରାମର୍ଶ ନେବା ପରେ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନାରେ ନିବେଶ କରି ଲାଭ ପାଇପାରିବେ ।

author

Related Articles

Leave a Reply

Your email address will not be published. Required fields are marked *