ମାହାଙ୍ଗାରେ କାହିଁକି ହାରିଲେ ପ୍ରତାପ ଜେନା ?

ମାହାଙ୍ଗାରେ କାହିଁକି ହାରିଲେ ପ୍ରତାପ ଜେନା ?

ରାଜ୍ୟ ରାଜନୀତିର ଅନ୍ୟତମ ଟାଣୁଆ ନେତା ହେଉଛନ୍ତି ବିଜେଡି ନେତା ତଥା ମାହାଙ୍ଗାର ପୂର୍ବତନ ବିଧାୟକ ପ୍ରତାପ ଜେନା । ରାଜ୍ୟ ରାଜନୀତିରେ ତାଙ୍କର ଦବଦବା ରହିଥିବା ବେଳେ ବିଜେଡିରେ ସେ କାଇଁ କେଉଁ କାଳୁ ସାମିଲ ରହିଛନ୍ତି । ବିଜେଡି ଟିକେଟରୁ ୩ ୩ ଥର ବିଧାୟକ ରହିବା ସହ ମନ୍ତ୍ରୀ ପଦରେ ସ୍ଥାନିତ ମଧ୍ୟ ହୋଇଥିଲେ । କିନ୍ତୁ ଚଳିତ ଥର ସେ ନିର୍ବାଚନ ଲଢିନଥିଲେ । ନିଜେ ନ ଲଢି ପୁଅ ପାଇଁ ଲବି କରି ଟିକେଟ ହାତେଇଥିଲେ । ଏବଂ ପୁଅ ଅଙ୍କିତ ପ୍ରତାପ ଜେନାଙ୍କୁ ମାହାଙ୍ଗା ଆସନ ପାଇଁ ପ୍ରାର୍ଥୀ କରାଇଥିଲେ । ବିଜେଡିର ଏ ଆସନ ବଜାୟ ରଖିବା ସହ ପୁଅର ରାଜନୈତିକ ଭବିଷ୍ୟତକୁ ଉଜ୍ଜ୍ୱଳ କରିବା ପାଇଁ ସେ ନିଜେ ନଲଢି ପୁଅକୁ ସୁଯୋଗ ଦେଇଥିଲେ । ଏପରିକି ପୁଅ ପାଇଁ ରାତି ଦିନ ଏକ କରି ସଭା ସମିତି ମାଧ୍ୟମରେ ଲୋକଙ୍କୁ ଏକଜୁଟ୍ କରିଥିଲେ । କିନ୍ତୁ ଏହାର କିଛି ବି ପ୍ରଭାବ ଭୋଟରଙ୍କ ଉପରେ ପଡିଲାନି । ଏହା ପରିବର୍ତ୍ତେ ପୁଅକୁ ପ୍ରାର୍ଥୀ କରାଇ ଚଳିତ ଥର ସେ ନିଜ ପାରମ୍ପରିକ ଆସନରୁ ହାତ ଧୋଇ ବସିଛନ୍ତି । ୨୦୦୯ ମସିହାରୁ ଲଗାତାର ଏହି ଆସନରେ ପ୍ରତାପ ବିଜେଡିର ବିଜୟ ବାନା ଉଡାଇଆସୁଥିଲେ । କିନ୍ତୁ ଚଳିତ ଥର ସେ ଆସନ ସ୍ୱାଧୀନ ପ୍ରାର୍ଥୀ ସାରଦା ପ୍ରଧାନଙ୍କ ହାତକୁ ଚାଲିଯାଇଛି । ତେବେ ପ୍ରତାପଙ୍କ ପୂର୍ବରୁ ମଧ୍ୟ ଏହି ଆସନ ବିଜେଡି ଅକ୍ତିଆର କରିଥିବା ବେଳେ ଚଳିତ ଥର ସେ କିପରି ହାରିଗଲେ ସେନେଇ ଏବେ ବି ତର୍ଜମା ଚାଲିଛି । ଅନେକଙ୍କ ମତରେ ପ୍ରତାପ ନିଜେ ନଲଢି ନିଜ ପୁଅଙ୍କୁ ପ୍ରାର୍ଥୀ କରାଇବା କାରଣରୁ ଏଠାରେ ବିଜେଡି ହାରିଥିବା କୁହାଯାଉଥିବା ବେଳେ ଅନେକ ପ୍ରତାପଙ୍କୁ ଏଥିପାଇଁ ଦାୟୀ କରୁଛନ୍ତି । ଅନ୍ୟପଟେ ନିର୍ବାଚନ ପୂର୍ବରୁ ପ୍ରତାପ ମାହାଙ୍ଗା ଡବଲ ମର୍ଡର କେସରେ ଘାଣ୍ଟି ହେବା ମଧ୍ୟ ତାଙ୍କ ଭୋଟ ବ୍ୟାଙ୍କ ଉପରେ ପ୍ରଭାବ ପକାଇଥିବା ଚର୍ଚ୍ଚା ହେଉଛି । ତେବେ ଫଳାଫଳ ବାହାରିବାର ଅନେକ ଦିନ ବିତିଯାଇଥିଲେ ମଧ୍ୟ ଏଯାଏଁ ବିଜେଡିର ପରାଜୟର କାରଣ ସାମ୍ନାକୁ ଆସିନି । ଦେଖାଯାଉ କେବେ ବିଜେଡି ତାର ପରାଜୟର ସମୀକ୍ଷା କରୁଛି ଏବଂ ପ୍ରତାପଙ୍କ ରାଜନୈତିକ ଭବିଷ୍ୟତ କେଉଁ ମୋଡ ନେଉଛି ତାହା ଦେଖିବାର କଥା ।

author

Related Articles

Leave a Reply

Your email address will not be published. Required fields are marked *