ମା ସମ୍ବଲେଶ୍ୱରୀଙ୍କ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ

ମା ସମ୍ବଲେଶ୍ୱରୀଙ୍କ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ


ନନ୍ଦୋତ୍ସବ ତିଥିରେ ପଶ୍ଚିମ ଓଡିଶାର ମହାନ ପର୍ବ ନୂଆଖାଇ ପାଇଁ ଲଗ୍ନ ଧାର୍ଯ୍ୟ କରାଯାଇଛି । ଆସନ୍ତା ଭାଦ୍ରବ ଶୁକ୍ଳପକ୍ଷ ପଞ୍ଚମୀ ବୁଧବାର ୨୦ ସେପ୍ଟେମ୍ବର ଦିବା ୧୦ଟା ୨୭ରୁ ୧୦ଟା ୪୨ ମଧ୍ୟରେ ମା ସମ୍ବଲେଶ୍ୱରୀଙ୍କ ନୂଆଁଖାଇ ପାଇଁ ଲଗ୍ନ ଧାର୍ଯ୍ୟ କରାଯାଇଛି । କାହିଁ କେଉଁ କାଳରୁ ଏହି ପରମ୍ଫରା ଚାଲି ଆସୁଛି । ମହାପ୍ରଭୁ ଜଗନ୍ନାଥଙ୍କ ପୂଜା ପରେ ଏହି ଲଗ୍ନ ଧାର୍ଯ୍ୟ କରାଯାଏ । ରାଜାରାଜୁଡା ଶାସନ କାଳରୁ ମାଁଙ୍କ ନିକଟରେ ନବାନ୍ନା ଲାଗିବାର ପ୍ରଥା ରହିଆସିଛି । ତେବେ ଓଡିଶାର ମୁଖ୍ୟତଃ ପଶ୍ଚିମ ଓଡିଶାବାସୀ ଏହି ପର୍ବକୁ ସ୍ୱତନ୍ତ୍ର ରୂପର ପାଳନ କରିଥାନ୍ତି । ନୂଆ ପିନ୍ଧି ନୂଆ ଖାଇ ଏହି ନୂଆଖାଇ ପର୍ବକୁ ପାଳନ କରନ୍ତି ।

author

Related Articles

Leave a Reply

Your email address will not be published. Required fields are marked *