‘ମା’ ହେବା କଥା ମିଛ’

‘ମା’ ହେବା କଥା ମିଛ’

‘ବେନୁ ମେ ତେରି ଦୁଲହନ’ର ବିଦ୍ୟା ଏବଂ ‘ୟେହୈ ମୋହବତେଁ’ ରେଇଶିତା ଭଲ୍ଲା ଚରିତ୍ର ଦିବ୍ୟାଙ୍କ ତ୍ରିପାଠୀ ସ୍ୱତନ୍ତ୍ର ପରିଚୟ ଦେଇଥିଲା | ତେବେ ଦିବ୍ୟାଙ୍କ କିଛିଦିନ ହେବା ଟିଭି ପରଦାରୁ ଦୁରେଇ ଯାଇଛନ୍ତି | ନିକଟରେ ଦିବ୍ୟାଙ୍କ ମା’ ହେବା ଖବରକୁ ନେଇ ଚର୍ଚ୍ଚା ଜୋର ହେଉଥିଲା ଅବଶ୍ୟ ମଧ୍ୟ ଟଙ୍କା ପ୍ରଶଂସକଙ୍କ ମାନେ ମଧ୍ୟ ଏହି ଖବରକୁ ନେଇ ବେଶ ଖୁସିଥିଲେ | ଏବେ ଘଟଣାକୁ ନେଇ ମୁହଁ ଖୋଲିଛନ୍ତି ଦିବ୍ୟାଙ୍କଙ୍କ ସ୍ୱାମୀ ବିବେକ ଦାହିଆ | ସେ କହିଛନ୍ତି ‘ଦିବ୍ୟାଙ୍କ ମା’ ହେବା କଥା ମିଛ | ଯଦି ସେମିତି କିଛି କଥା ଥାଆନ୍ତା, ସେ ନିଜେ ପ୍ରଶଂସକ ତଥା ଅନ୍ୟ ସମସ୍ତଙ୍କୁ ଏହି ଖୁସି ଖବର ଜଣାଇଥାନ୍ତେ |’ ଅବଶ୍ୟ ଏପରି ଗୁଜବକୁ ନେଇ ବିବେକ ବିରକ୍ତ ବି ହୋଇଛନ୍ତି | ତେବେ ବିବେକଙ୍କ କଥାରୁ ସ୍ପଷ୍ଟ ହୋଇଛି ଯେ, ବାସ୍ତବରେ ଏବେ ଏହି ଯୋଡ଼ିଙ୍କର ବେବି ପ୍ଳାନିଂର କୌଣସି ଯୋଜନା ନାହିଁ | ଦିବ୍ୟାବକ ତ୍ରିପାଠୀ ଏବଂ ବିବେକଙ୍କ ପ୍ରେମକାହାଣୀ ‘ୟେହୈ ମୋହବତେଁ’ ସେଟରୁ ଆରମ୍ଭ ହୋଇଥିଲା | ଦୁହେଁ ୨୦୧୬ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ |

author

Related Articles

Leave a Reply

Your email address will not be published. Required fields are marked *