ମିଛ କହୁଥିଲେ ଯୋଗାଣ ମନ୍ତ୍ରୀ ଧରି ପକାଇଲେ ମୋହନ

ମିଛ କହୁଥିଲେ ଯୋଗାଣ ମନ୍ତ୍ରୀ ଧରି ପକାଇଲେ ମୋହନ

ରାଜ୍ୟରେ ଜୋର ଧରିଛି ଆମ୍ୱ ଟାକୁଆ ରାଜନୀତି । ମୁହାଁମୁହିଁ ହେଉଛନ୍ତି ବିରୋଧି ଓ ଶାସକ ଦଳ । ନିଜର ଦୋଷକୁ ଲୁଚାଇବାକୁ ଗୋଟାଇ ପରେ ଗୋଟାଏ ମିଛ କହୁଥିବା ଶାସକ ଦଳର ସବୁ ଗୁମରକୁ ପଦାରେ ପକାଉଛି ବିରୋଧି ବିଜେଡି ଓ କଂଗ୍ରେସ । କନ୍ଧମାଳ ଦାରିଙ୍ଗବାଡି ଅଞ୍ଚଳରେ ଘଟିତିବା ଅନାହାର ମୃତ୍ୟୁ ଘଟଣାକୁ ଚପେଇବା ପାଇଁ ମନ୍ତ୍ରୀମାନେ ଦେଉଥିବା ବିବାଦୀୟ ବୟାନ ଖୋଦ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ଅଡୁଆରେ ପକାଇଛି । ଆମ୍ୱଟାକୁଆ ଯାଉ ଆଦିବାସୀ ମାନଙ୍କ ପାରମ୍ପରିକ ଖାଦ୍ୟ । ଏବଂ ତାଙ୍କ ପରିବାରକୁ ଚାଉଳ ମିଳିଛି ବୋଲି ମନ୍ତବ୍ୟ ଦେଇଥିଲେ ମନ୍ତ୍ରୀ । କିନ୍ତୁ ତାହା ସମ୍ପୂର୍ଣ୍ଣ ମିଥ୍ୟା ଥିଲା । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜର ସମୀକ୍ଷା କରି ଖବର ନେଇଛନ୍ତି କି 40 ଲକ୍ଷ ପରିବାର ଏବେ ଯାଏଁ ଚାଉଳ ପାଇନାହାନ୍ତି । ଏବଂ ସେହି ପରିବାର ଗୁଡିକୁ ଚାଉଳ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୋହନ । ଖାଲି ସେତେକି ନୁହେଁ ଏହି ଘଟଣାରେ ଆରଡିସି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । କିନ୍ତୁ ଯାହା ଉପରେ ସନ୍ଦେହ ପ୍ରକାଶ କରି ବିରୋଧି ବିଜେଡି ଯୋଗାଣ ମନ୍ତ୍ରୀଙ୍କ ଇସ୍ତଫା ଦାବି ଓ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡାଙ୍କ କ୍ଷମା ପ୍ରାର୍ଥନା ଦାବି କରିଛି । ସେପଟେ କଂଗ୍ରେସ ମଧ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ଘେରିଛି । ଲୋକସଭା ଭବନରେ ବସି ଭାଷଣ ବାଜି ନ କରି ଦୋଷୀଙ୍କୁ ଧରିବାକୁ ଦାବି କରିଛି କଂଗ୍ରେସ । ତେବେ ଆମ୍ୱ ଟାକୁଆକୁ ନେଇ ରାଜନୀତିରେ ସୃଷ୍ଟି ହେଉଥିବା ଏହି ବିବାଦକୁ କିପରି ସାମ୍ନା କରୁଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *