ମିଳିବନି ମାଗଣା ବିଜୁଳି ମାଗଣା ସେବା; ଆଶା ନରଖିବା ପାଇଁ କହିଲେ ଉପମୁଖ୍ୟମନ୍ତ୍ରୀ ..

ମିଳିବନି ମାଗଣା ବିଜୁଳି ମାଗଣା ସେବା; ଆଶା ନରଖିବା ପାଇଁ କହିଲେ ଉପମୁଖ୍ୟମନ୍ତ୍ରୀ ..

ବିଜେପି ସରକାରରେ ପୁଣି ଠକିହେଲେ ସାଧାରଣ ଜନତା । ଗୋଟିଏ ପରେ ଗୋଟିଏ ଆଶା ଦେଖାଇ ତାକୁ ନିରାଶାରେ ପରିବର୍ତନ କରୁଛି ଭାରତୀୟ ଜନତା ପାର୍ଟୀ । ହଁ ଆଜ୍ଞା, ଦୁଇ ଥର ପଦ୍ମ ଦୁଇ ଗୁଣା ବିକାଶ । ଏ ନାରା ଦେଇ ବିଜେପି ସରକାରକୁ ଆସିଲା । ଡବଲ ଇଞ୍ଜିନ ସରକାର ଆସିଲେ କେତେ ଫାଇଦ ମିଳିବ ସେ ଲୋଭ ଦେଖାଇ ଲୋକଙ୍କ ଠାରୁ ଭୋଟ ହାତେଇଥିଲା ଭାରତୀୟ ଜନତା ପାର୍ଟୀ । କିନ୍ତୁ ଏବେ ସେ ସବୁ ଫେଲ ମାରିଛି । ବିକାଶ ବଦଳରେ ଲୋକମାନେ କେବଳ ହନ୍ତସନ୍ତ ହେଉଥିବା ଅଭିଯୋଗ ଆସୁଛି । ବିଜେପି ଆସିଲେ ଲୋକମାନଙ୍କୁ ଭତ୍ତା ଟଙ୍କା ଅଧିକ ମିଳିବ, ମାଗଣା ବିଜୁଳି ମିଳିବ, ଅନେକ ଉନ୍ନତମାନର ସେବା ମିଳିବ ବୋଲି ଲୋକମାନେ କେତେ ଆଶା ବାନ୍ଧି ରଖିଥିଲେ । କିନ୍ତୁ ସେ ଆଶା ଏବେ ଚୁରମାର କରିଦେଇଛି ରାଜ୍ୟ ବିଜେପି । ପ୍ରଥମେ ଭତ୍ତା ଟଙ୍କା ନାଁରେ ଠକିଥିଲେ ଆଉ ଏବେ ମାଗଣା ବିଜୁଳି ନାଁରେ ବି ଚୂନା ଲଗାଇଛନ୍ତି ବିଜେପି ନେତା । ପ୍ରଥମେ ଜୁଲାଇ , ପରେ ସେପ୍ଟେମ୍ବର ମାସ ସୁଦ୍ଧା ମାଗଣା ବିଜୁଳି ଯୋଗାଇ ଦିଆଯିବ ବୋଲି ଘୋଷଣା କଲେ । କିନ୍ତୁ ଏବେ ମାଗଣା ବିଜୁଳି ସେବା ଆଶା ନରଖିବା ପାଇଁ କହିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବଦ୍ଧନ ସିଂହ ଦେଓ । ଏହା ସହ ବିଦ୍ୟୁତ ଉପଭୋକ୍ତାଙ୍କୁ କିପରି ବିଜୁଳି ବିଲ ବଞ୍ଚାଇ ହେବ ସେନେଇ ଶିକ୍ଷା ଦିଆଯିବ ବୋଲି ଘୋଷଣା କରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବଦ୍ଧନ ସିଂହ ଦେଓ । ଯାହାକୁ ନେଇ ଏବେ ରାଜନୀତିର ମାହୋଲ ଉଷ୍ମ ହେବା ସହ ସାଧାରଣରେ ଜନଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଏବଂ ବିରୋଧୀଙ୍କ କହିବା ମୁତାବକ ବିଜେପିର ପ୍ରତିଶୃତି ସବୁ ପାଣିର ଗାର ବୋଲି ପ୍ରମାଣିତ ହେଉଛି । କିନ୍ତୁ ବିଜେପି ଯାହା କହିଥିଲୁ ତାହା କରୁଛୁ ବୋଲି ଯୁକ୍ତି ବାଢୁଛି । ତେବେ ଦେଖାଯାଉ ବାରମ୍ବାର ଲୋକଙ୍କୁ ଠକୁଥିବା ବିଜେପି କିପରି ଆଗକୁ ଲୋକଙ୍କ ପ୍ରିୟ ହୋଇ ରହୁଛି ଏବଂ ଆସୁଥିବା ନିବାଚନରେ ଏହା ବିଜେପି ଉପରେ କେତେ ପ୍ରଭାବ ପକାଉଛି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *