ମିଳିଲା ବିଏସକେୱାଇ ନବୀନ କାର୍ଡ

ମିଳିଲା ବିଏସକେୱାଇ ନବୀନ କାର୍ଡ

ବିଏସ୍କେୱାଇ ନବୀନ କାର୍ଡ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମେ ଖୋର୍ଦ୍ଧା ଓ ସମ୍ବଲପୁରର ହିତାଧିକାରୀଙ୍କୁ ଏହି କାର୍ଡ ବଣ୍ଟନ କରାଯାଇଛି ।

ରାଜ୍ୟର ପ୍ରତି ବ୍ଲକସ୍ତରରେ ୧୦୦ଟି ଲେଖାଏଁ କାର୍ଡ ବାଣ୍ଟିବାର ବ୍ୟବସ୍ଥା ହୋଇଛି । ଏହି କାର୍ଡ ପାଇଁ ବର୍ତମାନ ସୁଦ୍ଧା ୪ ଲକ୍ଷ ୮୧ ହଜାର ୪୮୧ ହିତାଧିକାରୀ ଆବେଦନ କରିଛନ୍ତି । ଡିଆରଡିଏ ଅଧିକାରୀ ଚୟନ ହୋଇଥିବା ହିତାଧିକାରୀଙ୍କ ପରିଚୟପତ୍ର ଯାଞ୍ଚ କରିବା ପରେ କାର୍ଡ ବଣ୍ଟନ କରାଯାଉଛି ।

author

Related Articles

Leave a Reply

Your email address will not be published. Required fields are marked *