ମିଳୁନି ଅଞ୍ଜୁଙ୍କ ପତ୍ତା ; ନୂଆଦିଲ୍ଲୀ ଏୟାରପୋର୍ଟରୁ ଗାଏବ ଅଞ୍ଜୁ

ମିଳୁନି ଅଞ୍ଜୁଙ୍କ ପତ୍ତା ; ନୂଆଦିଲ୍ଲୀ ଏୟାରପୋର୍ଟରୁ ଗାଏବ ଅଞ୍ଜୁ

ନିଜ ପିଲାଙ୍କୁ ଦେଖିବାକୁ ପାକିସ୍ତାନରୁ ଭାରତ ଚାଲି ଆସିଥିବା ଅଞ୍ଜୁଙ୍କୁ ନେଇ ଦେଖାଦେଇଛି ସସପେନ୍ସ । ନୂଆଦିଲ୍ଲୀ ଏୟାରପୋର୍ଟରେ ପହଁଞ୍ଚିବା ପରେ ଗାୟବ ହୋଇଯାଇଛନ୍ତି ଅଞ୍ଜୁ । ସେ ନିଜ ପିଲାଙ୍କ ନିକଟକୁ ଯାଇନଥିବା ବେଳେ ବାପ ଘରକୁ ବି ଯାଇନାହାଁନ୍ତି । ଏବେ ସେ କେଉଁଠି ଅଛନ୍ତି ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଅନ୍ୟପଟେ ଅଞ୍ଜୁଙ୍କୁ ଭେଟିବାକୁ ତାଙ୍କ ପିଲାମାନେ ମନା କରିଦେଇଥିବା ସୂଚନା ମିଳିଛି । ନିଜ ଫେସବୁକ୍ ବନ୍ଧୁ ନସରୁଲ୍ଲାଙ୍କୁ ବିବାହ କରିବାକୁ ନିଜ ପୁଅ, ଝିଅଙ୍କୁ ଛାଡି ଗତ ଜୁଲାଇ ମାସରେ ପାକିସ୍ତାନ ଚାଲି ଯାଇଥିଲେ ଅଞ୍ଜୁ । ସେଠାରେ ସେ ଇସଲାମ ଧର୍ମ ଗ୍ରହଣ କରି ଫାତିମା ନାମରେ ପରିଚିତ ହୋଇଥିଲେ । ପରେ ନସରୁଲ୍ଲାଙ୍କୁ ବିବାହ କରିଥିଲେ । ମାତ୍ର ଭାରତରେ ଛାଡି ଯାଇଥିବା ନିଜ ପିଲାମାନଙ୍କୁ ମିସ୍ କରି ସେ ପୁଣିଥରେ ଭାରତ ଫେରିଥିଲେ । କିନ୍ତୁ ଦିଲ୍ଲୀ ଏୟାରପୋର୍ଟରେ ପହଁଞ୍ଚିବା ପରେ ଅଞ୍ଜୁଙ୍କ ପତ୍ତା ମିଳୁନି । ତେବେ ଅଞ୍ଜୁଙ୍କ ପିଲାମାନେ ରାଜସ୍ଥାନର ଭିୱାଡ଼ା଼ ଅଞ୍ଚଳରେ ନିଜ ପିତାଙ୍କ ସହ ରହୁଥିବା ବେଳେ ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ଏପରିକି ବିନା ଅନୁମତିରେ ସୋସାଇଟି ଭିତରକୁ କାହାକୁ ଛଡା ଯାଉନଥିବା ସୂଚନା ମିଳିଛି ।

author

Related Articles

Leave a Reply

Your email address will not be published. Required fields are marked *