ମିଶନ ଚନ୍ଦ୍ରାଯାନ-3 ପରେ ଏବେ ଗଗନଯାନର ସଫଳତା

ମିଶନ ଚନ୍ଦ୍ରାଯାନ-3 ପରେ ଏବେ ଗଗନଯାନର ସଫଳତା

ଗୋଟିଏ ପରେ ଗୋଟିଏ ଇତିହାସ ସୃଷ୍ଟି କରି ସଫଳତା ଦିଗରେ ଭାରତ । ପ୍ରଥମେ ଚନ୍ଦ୍ରାଯାନ-3 ଆଉ ଏବେ ଗଗନଯାନ । ଗତକାଲି ଦିନ 10ଟାରେ ଶ୍ରୀହରିକୋଟାର ସତୀଶଧାବନ ଠାରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ପ୍ରଥମଥର ମାନବଯୁକ୍ତ ମହାକାଶ ଯାତ୍ରା ପାଇଁ ପ୍ରଥମ ଟେଷ୍ଟ ଭେଇକିଲ ଡେଭଲପମେଣ୍ଟ ଫ୍ଲାଇଟ ଲଞ୍ଚ ହୋଇଛି । ହଁ ଆଜ୍ଞା ଆମେ କହୁଛୁ ମିଶନ ଗଗନଯାନର କଥା । ଗଗନଯାନର ପ୍ରଥମ ଲଞ୍ଚିଙ୍ଗର ସମସ୍ତ ପରୀକ୍ଷଣ ସଂପୂର୍ଣ୍ଣ ଭାବରେ ସଫଳ ହୋଇଛି । ପ୍ରାୟ 35 ମିଟର ଉଚ୍ଚ ଏହି ରକେଟରେ ଥିଲା ଗଗନଯାନ କ୍ର୍ୟୁ ମଡ୍ୟୁଲର ଏକ ମାନବ ବିହୀନ ପ୍ରତିରୂପ । ଲଞ୍ଚିଙ୍ଗର ଦେଢ ମିନିଟପରେ ଯେତେବେଳେ ରକେଟଟି ଭୂପୃଷ୍ଠର ପ୍ରାୟ 17 କିଲୋମିଟର ଉପରେ ରହିଥିଲା ଠିକ୍ ସେତିକିବେଳେ କଣ୍ଟ୍ରୋଲ ରୁମରୁ ମିଶନ ଆବୋର୍ଟ କମାଣ୍ଡ ଦିଆଯାଇଥିଲା । କମାଣ୍ଡ ମିଳିବା ମାତ୍ରେ ତଳକୁ ଖସିଥିଲା ସାଢେ 4 ଟନ୍ କ୍ର୍ୟୁ ମଡ୍ୟୁଲ । ଏହା ଖୁବ ଦ୍ରୁତ ଗତିରେ ତଳକୁ ଖସିଥିବାରୁ ବେଗ କମାଇବା ପାଇଁ ପ୍ରଥମେ ଡ୍ରୋ ପାରାଚୁଟ ଓ ପରେ ତିନୋଟି ମୁଖ୍ୟ ବିଶାଳ ପାରାଚୁଟ ଖୋଲିଥିଲା । ଶେଷରେ ତାହା ଶ୍ରୀହରିକୋଟାଠାରୁ 10 କିଲୋମିଟର ଦୂରରେ ବଙ୍ଗୋପସାଗରରେ ପଡି ଭାସିଥିଲା ଏବଂ ପୂର୍ବରୁ ସେହି ଅଞ୍ଚଳରେ ଥିବା ନୌସେନା କ୍ର୍ୟୁ ମଡେଲକୁ କ୍ରେନ ସାହାଯ୍ୟରେ ତଟକୁ ଆଣିଥିଲେ । ବାରମ୍ବାର ବାଧା ଆସିଥିଲେ ମଧ୍ୟ ଇସ୍ରୋ ସେ ସବୁକୁ ସାମନା କରି ନିଜର ପାରଦର୍ଶିତା ପ୍ରଦର୍ଶନ କରିଥିଲା । ଲଞ୍ଚିଙ୍ଗର ମାତ୍ର 5 ସେକେଣ୍ଡ ପୂର୍ବରୁ ଦେଖାଦେଇଥିଲା ବୈଷୟିକ ତ୍ରୁଟି । ଯାହା ସାଧାରଣ ଜନତାଙ୍କ ମନରେ କିଛି ସମୟ ପାଇଁ ଭୟ ଆଣିଦେଇଥିଲା । କିନ୍ତୁ ଇସ୍ରୋ ତାର ନିପୁଣତା ବଳରେ ଏହାକୁ ସମ୍ଭବ କରିଦେଖାଇଛି ।

author

Related Articles

Leave a Reply

Your email address will not be published. Required fields are marked *