ମିଶନ ଶକ୍ତି କାଫେରେ ଅଗ୍ନିକାଣ୍ଡ

ମିଶନ ଶକ୍ତି କାଫେରେ ଅଗ୍ନିକାଣ୍ଡ

ରାଜ୍ୟରେ ମହିଳା ମାନଙ୍କୁ ସଶକ୍ତ ଓ ସ୍ୱାବଲମ୍ୱୀ କରାଇବା ପାଇଁ ରାଜ୍ୟ ସରକାରଙ୍କ ବିକାଶନ୍ମୁଖୀ ଯୋଜନା ହେଉଛି ମିଶନ ଶକ୍ତି । ଯାହା ଦ୍ୱାରା ମହିଳାମାନେ ସ୍ୱାବଲମ୍ୱୀ ହୋଇପାରୁଛନ୍ତି । ଏବଂ ନିଜେ ମଧ୍ୟ ଆର୍ଥିକ ଦାୟିତ୍ୱ ନେଇ ପାରୁଛନ୍ତି । କିନ୍ତୁ ଏଭଳି ପରିପ୍ରେକ୍ଷୀରେ ଘଟିଛି ଏକ ଅଭାବନୀୟ ଘଟଣା । ବାଲେଶ୍ୱର ମିଶନ ଶକ୍ତି କାଫେରେ ଅଗ୍ନିକାଣ୍ଡ । ରୋଷେଇ ଘରୁ ଅଗ୍ନିକାଣ୍ଡ ହୋଇଥିବା ଜଣାପଡ଼ିଛି । ଜିଲ୍ଲାପାଳଙ୍କ ଅଫିସ କାର୍ଯ୍ୟାଳୟରେ ଥିବା ମିଶନ ଶକ୍ତି କାଫେର ରୋଷେଇ ଘରେ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିଶମ ବାହୀନି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ରାତି ପ୍ରାୟ ୧୧ଟା ବେଳେ ପାଟ୍ରୋଲିଂ ପୋଲିସ ଧୂଆଁ ବାହାରୁଥିବା ଦେଖି ଅଗ୍ନିଶମ ବିଭାଗକୁ ଜଣାଇବା ପରେ ୨ଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ସର୍ଟ ସକ୍ରିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି ।

author

Related Articles

Leave a Reply

Your email address will not be published. Required fields are marked *