ଧର୍ମେନ୍ଦ୍ରଙ୍କ ପାଇଁ ଅକଳରେ ପ୍ରଧାନମନ୍ତ୍ରୀ
ନିଜ ଜାଲରେ ନିଜେ ଫସିଗଲେ ମୁକୁ ଭାଇ
ମୋହନଙ୍କୁ ଅପଦସ୍ତ କରୁଛନ୍ତି ନିଜେ କୋଣଠେସା ହେଉଛନ୍ତି
କାହିଁକି ମୁକୁ ଭାଇଙ୍କ ଉପରେ ଖପ୍ପା ମୋଦି
ହଁ ଦର୍ଶକବନ୍ଧୁ ନିକଟରେ ନିଜ ଜନ୍ମଦିନରେ ଓଡିଶା ଗସ୍ତରେ ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିବା ସହିତ ଓଡିଶାରେ ନିଜ ଜନ୍ମଦିନ ପାଳନ କରିଥିଲେ । ହେଲେ ମୋଦିଙ୍କ ଗୁଡବୁକରେ ରହିଥିବା ମୁକୁ ଭାଇଙ୍କୁ ନେଇ ରାଜ୍ୟ ରାଜନୀତିରେ ଏବେ ଉଠିଛି ପ୍ରଶ୍ନ । କାହିଁକିନା ମୋଦିଙ୍କ ଓଡିଶା ଗସ୍ତ ସମୟରେ ସଭାରେ ଖୁବ କମ ନଜର ଆସିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଯେଉଁଥିରୁ ସ୍ପଷ୍ଟ ଜଣାପଡୁଛି କି ଦିଲ୍ଲୀ ରାଜନୀତିରେ ସୃଷ୍ଟି ହୋଇଛି ଝଡ । ମୋଦିଙ୍କ ଭୁବନେଶ୍ୱର ଗସ୍ତ ସମୟରେ ବିଜେପିର ଏହି ହେଭିୱେଟଙ୍କୁ ପଲିଟିକାଲ କରିଡୋରରେ ଗୁରୁତ୍ୱ ନ ଦିଆଯିବା କଥା ନେଇ ନାନା ଚର୍ଚ୍ଚା ହେଉଛି । ଏମିତିକି ପ୍ରଧାନମନ୍ତ୍ରୀଙ୍କୁ ଏୟାରପୋର୍ଟରେ ସ୍ୱାଗତ ଓ ବିଦାୟ ଦେବା ସମୟରେ ମଧ୍ୟ ମୁକୁ ଭାଇଙ୍କୁ ଦେଖିବାକୁ ମିଳିନଥିଲା । ଓଡିଶାର ମୁଖ୍ୟମନ୍ତ୍ରୀ ଚେୟାର ଅକ୍ତିଆର କରିବାକୁ ଚାହୁଁଥିବା ଧର୍ମେନ୍ଦ୍ରଙ୍କୁ ମୋଦି ଧୋକା ଦେବା ପରେ ନିଜର କିଛି ଆନୁଗତ୍ୟଙ୍କୁ ମୋହନ ସରକାରଙ୍କ ବିରୁଦ୍ଧରେ ଖେଳ ଖେଳୁଛନ୍ତି ମୁକୁ ଭାଇ । ମୁଖ୍ୟମନ୍ତ୍ରୀ ଚୌକି ଫେରି ପାଇବା ପାଇଁ ଯେତେ ପଲିଟିକ୍ସ କରିଥିଲେ ସୁଦ୍ଧା ତାହା ମିଳିନଥିଲା । ମୋଦିଙ୍କ ପାଖ ଛାଡୁନଥିବା ଅବା ରାଜ୍ୟ ବିଜେପିର ପୋଷ୍ଟର ବୟ ସାଜିଥିବା ଧର୍ମେନ୍ଦ୍ରଙ୍କୁ କେବେ ଏମିତି ଦେଖିବାକୁ ମିଳିନଥିଲା । ହେଲେ ବର୍ତ୍ତମାନ ଦିଲ୍ଲୀରେ ବହୁଥିବା ଓଲଟା ପବନର ପ୍ରଭାବ ରାଜ୍ୟ ରାଜନୀତିରେ ମଧ୍ୟ ଦେଖାଦେଇଛି । ନାମକୁ ମାତ୍ର ମୁଖ୍ୟମନ୍ତ୍ରୀ ଗାଦିରେ ବସିଥିବା ମୋହନ କୁଆଡେ ମୁକୁ ଭାଇଙ୍କ କଥାରେ ଉଟବସ ହେଉଛନ୍ତି । ଦିଲ୍ଲୀରେ ଚାଲୁଛି ରିମୋଟ ଓଡିଶାରେ କଣ୍ଟ୍ରୋଲ ରହୁଛନ୍ତି ମୋହନ । ରାଜ୍ୟ ବିଜେପିରୁ କେନ୍ଦ୍ର ବିଜେପି ପର୍ଯ୍ୟନ୍ତ ପୃଷ୍ଠପୋଷକ ସାଜିଥିବା ମୁକୁଙ୍କୁ କାହିଁକି ଏପରି ପାୱାର ଲେସ କରିଦେଇଛନ୍ତି ବିଜେପି ହାଇକମାଣ୍ଡ ।