ମୁଖ୍ୟମନ୍ତ୍ରୀଙ୍କୁ ନବଜ୍ୟୋତିଙ୍କ ଚିଠି

ମୁଖ୍ୟମନ୍ତ୍ରୀଙ୍କୁ ନବଜ୍ୟୋତିଙ୍କ ଚିଠି

ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଆସିଲା ଚିଠି । ଚିଠି ଲେଖିଲେ କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ । ଉତ୍ତର ଓଡିଶାର ବିକାଶକୁ ନେଇ ପ୍ରଶ୍ନ କରି ଚିଠି ଲେଖିଛନ୍ତି ନିରଞ୍ଜନ ପଟ୍ଟନୟକଙ୍କ ପୁଅ ନବଜ୍ୟୋତି ପଟ୍ଟନାୟକ । ପଶ୍ଚିମ ଓଡିଶାରେ ଥିବା ଜିଲ୍ଲାଗୁଡିକର ବିକାଶ ପାଇଁ ରାଜ୍ୟ ସରକାର ପଶ୍ଚିମ ଓଡିଶା ବିକାଶ ପରିଷଦ ଗଠନ କରିଛନ୍ତି । ଏହି ଢାଞ୍ଚାରେ ଉତ୍ତର ଓଡିଶାରେ ଅବସ୍ଥିତ ଭଦ୍ରକ, ବାଲେଶ୍ୱର, ମୟୁରଭଂଜ ଓ କେନ୍ଦୁଝର ଜିଲ୍ଲାଗୁଡିକର ଆର୍ଥିକ ବିକାଶ ପାଇଁ ଉତ୍ତର ଓଡିଶା ବିକାଶ ପରିଷଦ ଗଠନ କରାଯାଉ ବୋଲି ଚିଠିରେ ପ୍ରସ୍ତାବ ଦେଇଛନ୍ତି ନବଜ୍ୟୋତି । ଏଥିସହ ବାଲେଶ୍ୱରକୁ ମହାନଗର ନିଗମ ମାନ୍ୟତା କେବେ ମିଳିବ ବୋଲି ପ୍ରଶ୍ନ କରିଛନ୍ତି ନବଜ୍ୟୋତି ପଟ୍ଟନାୟକ  ଉତ୍ତର ଓଡିଶା ବିକାଶ ପରିଷଦ ଗଠନ କରାଗଲେ ପଛୁଆ ଅଞ୍ଚଳକୁ ଫୋକସ୍ କରାଯାଇ ପାରିବ ଓ ସ୍ଥାନୀୟ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରାଯାଇ ପାରିବ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *