- କାହିଁକି ବାଲିଯାତ୍ରା ପଡିଆରେ ରାଗିଗଲେ ମୋହନ ?
- ଗୋଟିଏ ଗାଡିରେ ସମସ୍ତ ନେତା
- ଅବ୍ୟବସ୍ଥା ନେଇ ବର୍ଷିଲେ ମୁଖ୍ୟମନ୍ତ୍ରୀ
ବାଲିଯାତ୍ରା ପଡିଆରେ ମୋହନଙ୍କ ଏ କି ରୂପ । ରାଗ ତମ ତମ ହୋଇ କୁଆଡେ ଚାଲିଗଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ହଁ ଦର୍ଶକବନ୍ଧୁ ଗତକାଲି ସନ୍ଧ୍ୟାରେ ଐତିହାସିକ ବାଲିଯାତ୍ରାର ଉଦଘାନ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା,କଟକ-ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଧୋସ,କଟକ ସାଂସଦ ଭର୍ତ୍ତୁହରି ମହତାବ ବାଲିଯାତ୍ରାର ଉଦଘାଟନ ସମୟରେ ଉପସ୍ଥିତ ରହିଥିଲେ । କିନ୍ତୁ ହଠାତ ସେଠାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିରକ୍ତି ପ୍ରକାଶ କରିବାର ନଜର ଆସିଥିଲେ । ଡଙ୍ଗାରେ ଆସି ଇଲେକଟ୍ରୋନିକ ଗାଡିରେ ବସିଥିଲେ ମୁଖ୍ୟମନ୍ତ୍ରୀ । ଏବଂ ସେଠାରେ ବସିବା ସମୟରେ ମୁଖ୍ୟମନ୍ତ୍ରୀ ବିରକ୍ତି ପ୍ରକାଶ କରିଥିଲେ ଏହାପରେ ଗାଡିରୁ ଉଠି ଚାଲି ଚାଲି କଟକ ଇନ କଟକ ପରିସରକୁ ଯାଇଥିଲେ । ତେବେ ସୂଚନା ପ୍ରକାରେ ବାଲିଯାତ୍ରା ମେଳାକୁ ଅଧିକ ଅତିଥି ନିମନ୍ତ୍ରିତ ହେଇଥିବା ବେଳେ କାହିଁକି ଗୋଟିଏ ଗାଡିର ବ୍ୟବସ୍ଥା କରାଯାଇଥିଲା ସେ ନେଇ ବିରକ୍ତି ପ୍ରକାଶ କରିଥିଲେ ମୋହନ ।
ତେବେ ଗୋଟିଏ ଗାଡିରେ କଟକ ସାଂସଦ ଭର୍ତ୍ତୁହରି ମହତାବ,ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା ବିଧାୟିକା ସୋଫିଆ ଫିର୍ଦୋସ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବସିଥିଲେ ଯେଉଁଥିପାଇଁ ମୁଖ୍ୟମନ୍ତ୍ରୀ ସେଠାରୁ ରାଗିକରି ଉଠି ଚାଲିଗଲେ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଐତିହାସିକ ବାଲିଯାତ୍ରାର ଯେତେବେଳେ ଉଦଘାଟନ କରାଯାଇଛି ଏବଂ ବିଦେଶରୁ ପର୍ଯ୍ୟଟକ ମାନେ ମଧ୍ୟ ଆସୁଛନ୍ତି କିନ୍ତୁ ସେପରି କ୍ଷେତ୍ରରେ ଏଭଳି ଅବ୍ୟବସ୍ଥା ଦେଖି ମୁଖ୍ୟମନ୍ତ୍ରୀଙ୍କ ବିରକ୍ତି ପ୍ରକାଶ କରିବାକୁ ଏକ ପ୍ରକାର ଯଥାର୍ଥ ମନେ କରାଯାଉଛି । ଅନ୍ୟପଟେ ବିଶ୍ୱପ୍ରସିଦ୍ଧ ବାଲିଯାତ୍ରାରେ ଏଭଳି ଅବ୍ୟବସ୍ଥା ସିଧାସଳଖ ବାଲିଯାତ୍ରାର ଆୟୋଜକଙ୍କ ଉପରକୁ ପ୍ରଶ୍ନ ଉଠାଇଛି ।