ମୁଖ୍ୟମନ୍ତ୍ରୀଙ୍କ ପାଇଁ ନୂତନ ସୁରକ୍ଷା ବ୍ୟବସ୍ଥା, ନିୟୋଜିତ ହେବେ ଜେଡ ପ୍ଲସ ସିକ୍ୟୁରିଟି

ମୁଖ୍ୟମନ୍ତ୍ରୀଙ୍କ ପାଇଁ ନୂତନ ସୁରକ୍ଷା ବ୍ୟବସ୍ଥା, ନିୟୋଜିତ ହେବେ ଜେଡ ପ୍ଲସ ସିକ୍ୟୁରିଟି

ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସୁରକ୍ଷା ବିଷୟରେ ତ ଆମେ ଜାଣିଥିବା । ଓଡିଶା ପୋଲିସ ଓ ସୁରକ୍ଷା କର୍ମୀ ସମସ୍ତ ମିଶି ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ଦେଇଥାନ୍ତି । କେହି ବି ତାଙ୍କୁ କ୍ଷତି ପହଂଚାଇପାରିବେ ନାହିଂ ସେଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା କର୍ମୀ ମାନେ ଦିନ ରାତି ଏକ କରି ଦିଅନ୍ତି । ଆଗକୁ ୨୦୧୪ ନିର୍ବାଚନ ସେଥିପାଈ ଓଡିଶା ରାଜନୀତି ଉଷ୍ମ ଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାକୁ ନେଇ ଅତି ଯତ୍ନବାନ ଅଛି ବିଜେଡି ଦଳ । ଏବେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଲାଗି ନିୟୋଜିତ ହେବେ ସ୍ୱତନ୍ତ୍ର ସ୍କ୍ୱାଡ ଫୋର୍ସ ବା ଯାହାକୁ ଜେଡ ପ୍ଲସ ସୁକ୍ୟୁରିଟି କୁହାଯାଏ । ସୁରକ୍ଷା ବଳୟକୁ ଆହୁରି କଡାକଡି କରାଯିବ । ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ପଦେକ୍ଷପ ନିଆଯାଇଛି । ଦେଶର ମହାମହୀନ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ପାଇଁ ଜେଡ ପ୍ଲସ ସୁରକ୍ଷା ରହିଥିବା ବେଳେ ଏବେ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଏହି ଜେଡ ପ୍ଲସ ସୁରକ୍ଷା ଦିଆଯିବ । ନିକଟରେ ନେତା ମନ୍ତ୍ରୀ ତଥା ବିଜେଡି କର୍ମୀ ମାନଙ୍କୁ କାଳିମାଡ , ଆଣ୍ଡମାଡ ଘଟଣା ପରେ ଅତୀତରେ ଘଟିଥିବା ମନ୍ତ୍ରୀ ନବ ଦାସଙ୍କୁ ଜଣେ ସୁରକ୍ଷା କର୍ମୀ ମାରିଥିଲା ।

ଯାହାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ପାଇଁ ଚିନ୍ତାରେ ଥିବା ଦଳ ଏବେ ଗୃହ ବିଭାଗର ତର୍ଜମା କ୍ରମେ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଜେଡ ପ୍ଲସ ସୁରକ୍ଷା ବ୍ୟବସ୍ଥା ଦିଆଯିବ । ତେବେ ୫୧ଜଣ ସ୍ୱତନ୍ତ୍ର ଅଧିକାରୀ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ନିୟଜିତ ହେବେ । ଷଡଯନ୍ତ୍ର, ଆକ୍ରମଣ ଆଦିକୁ ରୋକିବା ପାଇଁ ଏହି ସ୍ୱତନ୍ତ୍ର ସୁରକ୍ଷା ବାହୀନି ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ଦେବେ । ଏହି ସ୍ୱତନ୍ତ୍ର ସ୍କ୍ୱାଡ ଫୋର୍ସ ରେ ୨୬ଟି ବିଭିନ୍ନ ବର୍ଗର ଅଧିକାରୀଙ୍କୁ ନିଯୁକ୍ତି ଦିଆଯିବ । ଏହା ସହ ସଶସ୍ତ୍ର ଭାବେ ୨ଜଣ ଡେପୁଟି କମାନଡର, ଇନସିପେକ୍ଟର, ସବ, ଓ ଆସିଷ୍ଟାଡ ସବ ଇନସିଡପେକ୍ଟର ରହିବେ । ଏମାନେ ସବୁ ସ୍ୱତନ୍ତ୍ର ତାଲିମ ପ୍ରାପ୍ତ ଥିବା ବେଳେ ଫୋର୍ସରେ ବମ ଡିସକ୍ୱାର୍ଡ କରିବାର କ୍ଷମତା ରହିବା ସହିତ ସନ୍ଧାନୀ କୁକୁରର ଏକ ଟିମ ମଧ୍ୟ ରହିବ । ଯାହାର ଫଳ ସ୍ୱରୂପ ମୁଖ୍ୟମନ୍ତ୍ରୀଙ୍କୁ ସୁରକ୍ଷା ଦିଆଯିବା ସହିତ ରାଜ୍ୟ ପୋଲିସର ସମସ୍ୟା କମ ରହିବ ବୋଲି ଅନୁମାନ କରାଯାଉଛି । ।

author

Related Articles

Leave a Reply

Your email address will not be published. Required fields are marked *