ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବକୁ ନବୀନଙ୍କୁ ନିମନ୍ତ୍ରଣ ଦେଲା ବିଜେପି

ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବକୁ ନବୀନଙ୍କୁ ନିମନ୍ତ୍ରଣ ଦେଲା ବିଜେପି

ଆସନ୍ତାକାଲି ବିଜେପି ପାଇଁ ଏକ ବହୁତ ଖାସ ଦିନ ହେବାକୁ ଯାଉଛି । କାହିଁକି ନା ଓଡିଶା ଇତିହାସରେ ବିଜେପି ପ୍ରଥମ ଥର ପାଇଁ ଶାସନ କରିବାକୁ ଯାଉଛି । ଏହା ସହିତ ବିଜେପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ମଧ୍ୟ ଚୟନ କରିବାରେ ଲାଗିପଡିଛି । ଆଉ ଆଜି ବିଜପି ତାର ମୁଖ୍ୟମନ୍ତ୍ରୀ ଚେହେରା ଉପରୁ ପରଦା ଉଠାଇବାକୁ ଯାଉଛି । କିନ୍ତୁ ଏହା ପୂବରୁ ହିଁ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ଭୁବନେଶ୍ୱରର ଜନତା ମଇଦାନ ପ୍ରସ୍ତୁତ ହେଉଛି । ଆସନ୍ତାକାଲି ଶପଥ ସମାରୋହରେ ସାମିଲ ହେବା ପାଇଁ ଚଳଚଞ୍ଚଳ ହୋଇପଡ଼ିଛି ଭୁବନେଶ୍ବର। ରାଜ୍ୟର ବିଭିନ୍ନ ପ୍ରାନ୍ତ ତଥା ଦେଶର ବିଭିନ୍ନ ଅଞ୍ଚଳରୁ ଏବେଠୁ ଅତିଥି ଆସୁଛନ୍ତି।ବିଶେଷ ଭାବେ ଭୁବନେଶ୍ବର ବିମାନ ବନ୍ଦରରେ ନେତାଙ୍କୁ ସ୍ବାଗତ କରିବାକୁ କର୍ମୀ ମାନେ ପହଞ୍ଚି ସେଲିବ୍ରେସନ୍ ଚାଲିଛି। ଆଉ ଏହି ଶପଥ ଗ୍ରହଣ ସମାରୋହରେ ଯୋଗଦେବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ବିଜେପି ପକ୍ଷରୁ ନିମନ୍ତ୍ରଣ କରାଯାଇଛି । ନବୀନ ନିବାସ ଯାଇ ନିମନ୍ତ୍ରଣ ଦେଇଛନ୍ତି ବିଜେପିର ୫ ବରିଷ୍ଠ ନେତା। ମନମୋହନ ସାମଲ, ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ନିତ୍ୟାନନ୍ଦ ଗଣ୍ଡ, ସମୀର ମହାନ୍ତି ଯାଇ ନିମନ୍ତ୍ରଣ କରିଥିବା ସୂଚନା ମିଳିଛି।

author

Related Articles

Leave a Reply

Your email address will not be published. Required fields are marked *