ମୁନିସିପାଲିଟି ଘୋଷଣା ପରେ ଭଞ୍ଜନଗର ଉତ୍ସବମୁଖର…

ମୁନିସିପାଲିଟି ଘୋଷଣା ପରେ ଭଞ୍ଜନଗର ଉତ୍ସବମୁଖର…

ସ୍ୱାୟତ୍ତ ଶାସନ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ଟି ଏନଏସି କୁ ମୁନିସିପାଲଟି ଘୋଷଣା କରିଛନ୍ତି।ସେଥି ମଧ୍ୟରେ ଗଞ୍ଜାମ ଜିଲ୍ଲାର ଆସ୍କା, ଭଞ୍ଜନଗର, ଛତ୍ରପୁର, କବିସୂର୍ଯ୍ୟ ନଗର ଓ ପୋଲସରା ଏହି ୫ଟି ସ୍ଥାନର ନାମ ରହିଛି।ଭଞ୍ଜନଗର ସହରରେ ସମସ୍ତ ଭିତ୍ତିଭୂମି ଥିବାରୁ ଏହାକୁ ମୁନିସିପାଲିଟି ଘୋଷଣା କରିବା ପାଇଁ ଦୀର୍ଘ ବର୍ଷ ଧରି ଦାବି ହୋଇ ଆସୁଥିଲା।ହେଲେ ପୂର୍ବ ସରକାର ମିଥ୍ୟା ପ୍ରତିଶୃତି ଦେଇ ଭୋଟ ହାତେଇବା ପାଇଁ ଉଦ୍ୟମ କରି ସଫଳ ହୋଇ ନଥିଲା। ଏବେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଭଞ୍ଜନଗର ସହରକୁ ମୁନିସିପାଲଟି ଓ ଏହି ନିର୍ବାଚନ ମଣ୍ଡଳୀର ଜଗନ୍ନାଥ ପ୍ରସାଦ ବ୍ଲକକୁ ଏନଏସି ଘୋଷଣା କରିବା ପରେ ସ୍ଥାନୀୟ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।ଦିନରେ ଏନଏସି କାର୍ଯ୍ୟାଳୟ ଉତ୍ସବମୁଖର ହୋଇ ଉଠିଥିବା ବେଳେ ସନ୍ଧ୍ୟାରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଙ୍କୁ ସହରବାସୀ ଭେଟି କୃତଜ୍ଞତା ଜଣାଇବା ସହ ପରସ୍ପର ମିଠା ଖୁଆଇ ଉତ୍ସବ ପାଳନ କରିଛନ୍ତି।

author

Related Articles

Leave a Reply

Your email address will not be published. Required fields are marked *