ମୁମ୍ବାଇରୁ ଆସିଲା ବଡ ଖବର…

ମୁମ୍ବାଇରୁ ଆସିଲା ବଡ ଖବର…

ବିଜେଡିରେ ଖୁସିର ମାହୋଲ । ସଫଳ ହେଲା ନବୀନଙ୍କ ଅସ୍ତ୍ରୋପଚାର । ଖୁବଶୀଘ୍ର ଓଡିଶା ଫେରିବେ ନବୀନ । ହଁ ଆଜ୍ଞା, ଆଜି ମୁମ୍ବାଇସ୍ଥିତ କୋକିଳାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ପୂବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସର୍ଭିକାଲ ଆଥ୍ରାଇଟିସ ନାମକ ସମସ୍ୟାର ଅସ୍ତ୍ରୋପଚାର ହୋଇଥିଲା । ଆଉ ଏହି ଅସ୍ତ୍ରୋପଚାର ସଫଳ ହୋଇଥିବା ସୂଚନା ମିଳିଛି । ଏହି ଅସ୍ତ୍ରୋପଚାର ପାଇଁ ଦୁଇ ଦିନ ହେବ ନବୀନ ମୁମ୍ବାଇ ଗସ୍ତରେ ଥିବା ବେଳେ ଆଜି ଏହା ସଫଳ ହୋଇଛି । ତେବେ ଅସ୍ତ୍ରୋପଚାର ପରେ ନବୀନ ୨ ଦିନ ଅବଜରଭେସନରେ ରହିବା ନେଇ ସୂଚନା ମିଳିଛି । ଏହା ସହ କିଛି ଦିନ ମୁମ୍ବାଇରେ ରହିବା ପରେ ସେ ପୁଣି ଓଡିଶା ଫେରିଆସିବା ନେଇ କୁହାଯାଉଛି ।

ତେବେ ଗତ ୨୦ ତାରିଖରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସର୍ଭିକାଲ ଆଥ୍ରାଇଟିସ ସମସ୍ୟାର ଚିକିତ୍ସା ପାଇଁ ମୁମ୍ବାଇ ଅଭିମୁଖେ ଯାତ୍ରା କରିଥିଲେ । ତେବେ ସେ ମୁମ୍ବାଇ ଗସ୍ତରେ ଯିବା ସମୟରେ ନବୀନଙ୍କ ପ୍ରଶଂସକମାନେ ତାଙ୍କ ଶୁଭ ମନାସୀ ବନ୍ଦାପନା କରି ଏୟାରପୋର୍ଟରେ ବିଦାୟ ଦେଇଥିଲେ । ଏପରିକି ଅସ୍ତ୍ରୋପଚାର ଦିନ ଏବଂ ଏହା ପୂବରୁ ମନ୍ଦିରରେ ନବୀନଙ୍କ ଆଶୁ ଆରୋଗ୍ୟ କାମନା କରି ତାଙ୍କ ସଫଳ ଅସ୍ତ୍ରୋପଚାର ପାଇଁ ପୂଜାର୍ଚ୍ଚନା ସହ ଦୀପ ଜାଳିଥିଲେ । ଏହାସହ ବାବାଙ୍କ ପୀଠରେ ବି ଚାଦର ଚଢାଇଥିଲେ ନବୀନଙ୍କ ପ୍ରଶଂସକମାନେ । ଆଉ ଅସ୍ତ୍ରୋପଚାର ସଫଳ ହେବା ଖବର ଶୁଣିବା ପରେ ବିଜେଡିରେ ଖୁସିର ମାହୋଲ ଖେଳି ଯାଇଛି ।

ତେବେ ଏହି ଖବର ନବୀନଙ୍କ ବ୍ୟକ୍ତିଗତ ଚିକିତ୍ସକ ଡକ୍ଟର ରମାକାନ୍ତ ପଣ୍ଡା ଦେଇଥବା ବେଳେ ସପ୍ତାହକ ମଧ୍ୟରେ ନବୀନ ଡିସଚାର୍ଜ ହେବା ନେଇ ସୂଚନା ଦେଇଛନ୍ତି । ଅସ୍ତ୍ରୋପଚାର ପରେ ନବୀନ ପଟ୍ଟନାୟକ ଭଲ ଭାବେ କଥା ହୋଇ ପାରୁଛନ୍ତି ବୋଲି କହିବା ସହ ୫ରୁ ୭ ଦିନ ମଧ୍ୟରେ ଷ୍ଟିଚ ଖୋଲାଯିବ ବୋଲି କହିଛନ୍ତି ଡାକ୍ତର ରମାକାନ୍ତ ପଣ୍ଡା। ତେବେ ନବୀନଙ୍କ ଅପରେସନ ପ୍ରାୟ ଦୁଇ ଘଣ୍ଟା ଧରି ଚାଲିଥିବା ବେଳେ ବୟସ ବଢିଲେ ଏହି ସମସ୍ୟା ଉପୁଜିଥାଏ ବୋଲି ଡାକ୍ତର କହିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *