ମୁମ୍ବାଇର ଲଗାତାର ଦ୍ୱିତୀୟ ବିଜୟ …

ମୁମ୍ବାଇର ଲଗାତାର ଦ୍ୱିତୀୟ ବିଜୟ …

ବାଙ୍ଗାଲୋରକୁ ୭ ୱିକେଟରେ ପରାସ୍ତ କଲା ହାର୍ଦ୍ଦିକ ବାହିନୀ । ଆରମ୍ଭରୁ ହାଟ୍ରିକ୍ ପରାଜୟ ପରେ ଏବେ ନିଜ ୱାଙ୍ଖଡେରେ ଦୁଇଟି ମ୍ୟାଚ୍ ଜିତି ଲୟକୁ ଫେରିଛି ଟିମ୍ ।ଡୁପ୍ଲେସିସ୍, ରଜତ ପଟିଦାର ଓ କାର୍ତିକଙ୍କ ଅର୍ଦ୍ଧଶତକ ବଳରେ ବଡ଼ ସ୍କୋର କରିଥିଲା ଦଳ । କିନ୍ତୁ ଚମକ୍ରାର ବ୍ୟାଟିଂ କରି ୭ ୱିକେଟରେ ବାଙ୍ଗାଲୋରକୁ ପରାସ୍ତ କରିଛି ମୁମ୍ବାଇ । ଇସାନ କିଷାନ ୬୯ ରନ କରିଥିବା ବେଳେ ସୂର୍ଯ୍ୟକୁମାର ଯାଦବ ୫୨ ରନ ସଂଗ୍ରହ କରିଥିଲେ ।  ସେହିପରି ରୋହିତ ଶର୍ମା ୨୪ ବଲରୁ ୩୮ ରନ ଏବଂ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୬ ବଲରେ ୨୧ ରନ କରି ଦଳକୁ ଜିତାଇଛନ୍ତି । ମୁମ୍ବାଇ ପକ୍ଷରୁ ବୁମରାଙ୍କ ଚମକ୍ରାର ବୋଲିଂ ଦେଖିବାକୁ ମିଳିଛି । ୪ ଓଭରରେ ମାତ୍ର ୨୧ ରନ ଦେଇ ୫ଟି ୱିକେଟ ହାସଲ କରିବା ସହ ପ୍ଲେୟାର ଅଫ ଦ ମ୍ୟାଚ୍ ହୋଇଛନ୍ତି ବୁମରା ।

author

Related Articles

Leave a Reply

Your email address will not be published. Required fields are marked *