ମୁମ୍ବାଇର ହାର୍ଟବିଟସ୍ ପ୍ରଦର୍ଶନୀରେ ଯୋଗ ଦେଲେ ନବୀନ ପଟ୍ଟନାୟକ

ମୁମ୍ବାଇର ହାର୍ଟବିଟସ୍ ପ୍ରଦର୍ଶନୀରେ ଯୋଗ ଦେଲେ ନବୀନ ପଟ୍ଟନାୟକ

ମୁମ୍ବାଇରେ ‘ହାର୍ଟବିଟସ୍’ ପ୍ରଦର୍ଶନୀରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ। ୨ ଦିନିଆ ମୁମ୍ବାଇ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଶିଷ୍ଟ ହୃଦ ବିଶେଷଜ୍ଞ ତଥା ଏସିଆନ ହାର୍ଟ ଇନଷ୍ଟିଚ୍ୟୁଟ ପ୍ରତିଷ୍ଠାତା ଡକ୍ଟର ରମାକାନ୍ତ ପଣ୍ଡା ମୁମ୍ବାଇରେ ଏକକ ଫଟୋ ପ୍ରଦର୍ଶନୀ କରିଛନ୍ତି। ଏସିଆନ ୱାଇଲଡ ଲାଇଫ୍ ଟ୍ରଷ୍ଟ ପକ୍ଷରୁ ହୋଇଥିବା ଏହି ପ୍ରଦର୍ଶନୀ ହାର୍ଟବିଟସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ ହେବା ସହ ପ୍ରଦର୍ଶିତ ଫଟୋ ପ୍ରଦର୍ଶନୀ ବୁଲି ଦେଖିଥିଲେ।
ଭାରତ ଓ ଆଫ୍ରିକାର ବନ୍ୟଜନ୍ତୁଙ୍କ ଉପରେ ହୋଇଥିବା ଏହି ପ୍ରଦର୍ଶନୀ ଦେଖି ଡାକ୍ତର ପଣ୍ଡାଙ୍କୁ ଅଭିନନ୍ଦନ ଜଣାଇଥିଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ କହିଥିଲେ, ପ୍ରଦର୍ଶିତ ଫଟୋକୁ ବିକ୍ରି କରାଯିବ। ବିକ୍ରିରୁ ମିିବାକୁ ଥିବା ଅର୍ଥରାଶିକୁ ଜଙ୍ଗଲ ପାଖରେ ରହୁଥିବା ପିଲାଙ୍କ ଉନ୍ନୟନ ପାଇଁ ଖର୍ଚ୍ଚ କରାଯିବ। ମୁଖ୍ୟମନ୍ତ୍ରୀଙ୍କ ସହ ୫T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ବର ଫେରିବେ ବୋଲି ସୂଚନା ମିଳିଛି।

author

Related Articles

Leave a Reply

Your email address will not be published. Required fields are marked *