ମୁସଲିମ ମହିଳାଙ୍କ ପାଇଁ ବମ୍ବେ ହାଇକୋର୍ଟଙ୍କ ବଡ ରାୟ

ମୁସଲିମ ମହିଳାଙ୍କ ପାଇଁ ବମ୍ବେ ହାଇକୋର୍ଟଙ୍କ ବଡ ରାୟ

ମୁସଲିମ ମହିଳାଙ୍କ ପାଇଁ ବମ୍ବେ ହାଇକୋର୍ଟଙ୍କ ବଡ ନିଷ୍ପତ୍ତି । ଛାଡପତ୍ର ହୋଇଥିବା ମୁସଲମାନ ମହିଳାଙ୍କ ସପକ୍ଷରେ ଏକ ବଡ ରାୟ ପ୍ରକାଶ କରିଛନ୍ତି ବମ୍ବେ ହାଇକୋର୍ଟ । ଛାଡପତ୍ର ପରେ ରକ୍ଷଣାବେକ୍ଷଣ ସହ ଜଡିତ ଏକ ମାମଲାରେ କୋର୍ଟ ରାୟ ପ୍ରଦାନ କରି କହିଛନ୍ତି, କୌଣସି ଛାଡପତ୍ର ପାଇଥିବା ମୁସଲମାନ ମହିଳା ତାଙ୍କ ପୂର୍ବ ସ୍ୱାମୀଙ୍କଠାରୁ ବିନା କୌଣସି ସର୍ତ୍ତରେ ରକ୍ଷଣାବେକ୍ଷଣ ପାଇବାକୁ ହକଦାର । ଅନ୍ୟ ଜାଗାରେ ବିବାହ କରିଥିଲେ ବି ସେ ଭରଣପୋଷଣ ପାଇବାର ତାଙ୍କର ପୂରା ଅଧିକାର ଅଛି । ବମ୍ବେ ହାଇକୋର୍ଟର ଜଷ୍ଟିସ ରାଜେଶ ପାଟିଲ ଏହି ମାମଲାରେ ଜାନୁଆରୀ ୨ ରେ ଦେଇଥିବା ରାୟରେ କହିଛନ୍ତି ଯେ ‘ମୁସଲିମ ମହିଳା ଅଧିନିୟମ- ୧୯୮୬ (ଗଡଚଇ) ଅନୁଯାୟୀ ଜଣେ ଛାଡପତ୍ର ପାଇଥିବା ମହିଳା ନିଜର ଭରଣପୋଷଣ ପାଇଁ ପୂର୍ବ ସ୍ୱାମୀଠାରୁ ଟଙ୍କା ନେବା ପାଇଁ ହକ୍ଦାର । ମହିଳା ଜଣକ ଅନ୍ୟ ଜଣକୁ ବିବାହ କରିଛନ୍ତି କି ନାହିଁ, ଏଥିରେ କିଛି ଫରକ ପଡ଼ିବ ନାହିଁ ।

author

Related Articles

Leave a Reply

Your email address will not be published. Required fields are marked *