ମୁହଁ ଖୋଲିଲେ କଣ୍ଟାବାଞ୍ଜି ବିଧାୟକ

ମୁହଁ ଖୋଲିଲେ କଣ୍ଟାବାଞ୍ଜି ବିଧାୟକ

କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ହତ୍ୟା ଧମକ ଘଟଣାରେ ମୁହଁ ଖୋଲିଲେ ବିଧାୟକ । ଏନେଇ ବିଧାୟକଙ୍କ ପରିବାର ଓ କଂଗ୍ରେସ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । ୧୫ ଦିନ ମଧ୍ୟରେ ହତ୍ୟା କରିବାକୁ ସହରର ବିଭିନ୍ନ ସ୍ଥାନରେ ବ୍ୟାନର ଲଗାଯାଇଛି । ଆଜି ସକାଳୁ କଂଟାବାଞ୍ଜି ବାଳିକା ହାଇସ୍କୁଲ ବାହାରେ ଥିବା ଏକ ଦୋକାନ ନିକଟରେ ଏହି ବ୍ୟାନର ଲାଗିଥିଲା । ଏଥିରେ ନାଲି ରଙ୍ଗରେ କଂଟାବାଞ୍ଜି ବିଧାୟକଙ୍କୁ ୧୫ ଦିନରେ ହତ୍ୟା କରିବା ଲେଖାଯାଇଥିଲା । ଅନ୍ୟପଟେ ସାଲୁଜା କହିଛନ୍ତି ତାଙ୍କୁ ମାରିଲେ 100 ଜଣ ସାଲୁଜା ଜନ୍ମ ନେବେ । ପୋଷ୍ଟର ଦେଖି ଲୋକେ ଭୟଭୀତ ହୋଇପଡ଼ିଥିବା ବେଳେ କଂଟାବାଞ୍ଜି ପୋଲିସ ବ୍ୟାନର ଜବତ କରି ତଦନ୍ତ ଆରମ୍ଭ କରିଛି ।

author

Related Articles

Leave a Reply

Your email address will not be published. Required fields are marked *