ମୁହଁ ଖୋଲିଲେ ମନୋଜ ମିଶ୍ର…

ମୁହଁ ଖୋଲିଲେ ମନୋଜ ମିଶ୍ର…

ନିଜ ନାଁରେ ସାଇବର ଥାନାରେ ହୋଇଥିବା ମାମଲା ଉପରେ ମୁହଁ ଖୋଲିଛନ୍ତି ଅଭିନେତା ମନୋଜ ମିଶ୍ର । ପ୍ରେସମିଟ ଜରିଆରେ ନିଜ ଆଡୁ ସଫେଇ ଦେଇଛନ୍ତି ମନୋଜ । ସେ କହିଛନ୍ତି ଯେ, ସିନେମା ମୋ ବୋପାର ନୁହେଁ, ଏହା ଓଡ଼ିଶାବାସୀଙ୍କର । ଯିଏ ଏହାକୁ ଖରାପ୍ କରିବ ମୁଁ କହିବି । ଏହା ସହ ଯେଉଁ ଦିନ ନିଜକୁ ଡାଇରେକ୍ଟର କହୁଥିବା କିଛି ଲୋକ ଖରାପ ସିନେମା ତିଆରି କରିବା ବନ୍ଦ୍ କରିବେ ସେଇ ଦିନ ମୁଁ ଚୁପ୍ ରହିବି ,ଏ କଳି ତୁଟିବ। ‘ଆଗକୁ ମୁଁ ଭଲ ସିନେମା କରିବି ଏବଂ ଭଲ ବ୍ୟବସାୟ କରିବି । ଆମ ସିନେମା ରେ ବ୍ୟବସାୟ ହେଉନି। ଯେଉଁମାନେ ତିଆରି କରୁଛନ୍ତି ସିନେମା ସେମାନେ ଦାୟୀ। ଯୁବପୀଢ଼ିଙ୍କ ପାଇଁ ଓଲିଉଡକୁ ଅପଡେଟ ହେବାକୁ ପଡିବ। ଗୋଟିଏ ଭଲ ସିନେମା ଦମନ ଓ କର୍ମ ଭଳିଆ ହେଉ ଯାହା ବ୍ୟବସାୟ କରିବ । ଯେଉଁ ଦଳ ସାଇବର ସେଲ୍ ଯାଇଥିଲେ ତାଙ୍କ ଦ୍ଵାରା ଭଲ ସିନେମା ହେଉନାହିଁ ।

author

Related Articles

Leave a Reply

Your email address will not be published. Required fields are marked *