ମୁହଁ ଖୋଲିଲେ ରିୟା…ଅଭିଯୋଗ ପରେ ଘରେ ପଶିଲା ପୋଲିସ

ମୁହଁ ଖୋଲିଲେ ରିୟା…ଅଭିଯୋଗ ପରେ ଘରେ ପଶିଲା ପୋଲିସ

ଚଳଚିତ୍ର ଜଗତର ଜଣାଶୁଣା ଅଭିନେତ୍ରୀ ହେଉଛନ୍ତି ରିୟା ଦେ । ନିଜ ଅଭିନୟ ମାଧ୍ୟମରେ ଲୋକଙ୍କ ମନକିଣୁଥିବା ଅଭିନେତ୍ରୀ ତଥା ନାୟିକା ରିୟା ଦେଙ୍କ ନାଁରେ ତାଙ୍କ ଘରର କେୟାର ଟେକର ଆଣିଲେ ସାଙ୍ଘାତିକ ଅଭିଯୋଗ । ଯାହାଫଳରେ ପୋଲିସ ଜେରାର ଶିକାର ହେଲେ ଅଭିନେତ୍ରୀ ରିୟା ଦେ ଏବଂ ତାଙ୍କ ସ୍ୱାମୀ ସୁନୀଲ । ହଁ ଦର୍ଶକବନ୍ଧୁ ନିଜର କେୟାର ଟେକରଙ୍କୁ  ନିର୍ଯାତନା ଦେବା ମାମଲାରେ ଉଭୟଙ୍କୁ ପୋଲିସ ଜେରା କରିଛି । ରିୟାଙ୍କ ବିଡାନାସୀ ସ୍ଥିତ ଘରେ ଘରେ ପୋଲିସ ପହଞ୍ଚି ଉଭୟ ସ୍ୱାମୀ ସ୍ତ୍ରୀଙ୍କୁ ଜେରା କରିଛି । ଚନ୍ଦ୍ରଶେଖରପୁର ଥାନାରୁ ଏହି ମାମଲା ବିଡାନାସୀ ଥାନାକୁ ସ୍ଥାନାନ୍ତର ହୋଇଛି । ଏହାପରେ ତଦନ୍ତ ଆରମ୍ଭ ହୋଇଛି । ନାବାଳିକ ଜଣଙ୍କ ଦୀର୍ଘ ଦେଢ ବର୍ଷ ହେବ ରିୟାଙ୍କ ଘରେ କାମ କରୁଥିଲେ ଏବଂ ୮ ତାରିଖ ଦିନ ନାବାଳିକା ଜଣଙ୍କ ଘରୁ କେଉଁଆଡୁ ପଳାଇଯାଇଥିଲେ । ପରେ ରିୟା ଏବଂ ତାଙ୍କ ସ୍ବାମୀ ୯ ତାରିଖରେ ବିଡାନାସୀ ଥାନାରେ ସହାୟିକା ନିଖୋଜ ହୋଇଯାଇଥିବା ନେଇ ଅଭିଯୋଗ କରିଥିଲେ । ପରେ ଚନ୍ଦ୍ରଶେଖରପୁର ଥାନାରେ ସହାୟିକା ଜଣଙ୍କ ରିୟା ଏବଂ ସୁନୀଲଙ୍କ ବିରୋଧରେ ନିର୍ଯାତନା ଅଭିଯୋଗ ଆଣିଥିଲେ । କିନ୍ତୁ ଏବେ ଏହି ଘଟଣାରେ କିଛି ନୂଆ ମୋଡ ଆସିଛି । ସହାୟିକା ଯେଉଁ ଅଭିଯୋଗ ଆଣିଛନ୍ତି ତାକୁ ଖାରଜ କରିଛନ୍ତି ଉଭୟ ପତି ପତ୍ନୀ । ଅନ୍ୟପଟେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ନିଜ ଆଡୁ ଘଟଣାର ଗୁରୁତ୍ବକୁ ଦେଖି ୨୫ ତାରିଖ ସୁଦ୍ଧା ଏ ପ୍ରସଙ୍ଗରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଏହି ଘଟଣାରେ ଆଗକୁ କେଉଁ ମୋଡ ଆସୁଛି ତାହା ଦେଖିବାକୁ ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *