ମୁହାଁମୁହିଁ ହେବେ ଧର୍ମେନ୍ଦ୍ର-ବବି !

ମୁହାଁମୁହିଁ ହେବେ ଧର୍ମେନ୍ଦ୍ର-ବବି !

ଏଥର ସମ୍ବଲପୁରରେ ହେବ ହେଭିୱେଟଙ୍କ ବିଗ୍ ଫାଇଟ୍ । ମୁହାଁମୁହିଁ ହେବେ ଧର୍ମେନ୍ଦ୍ର ବବି । ରବିବାର ବିଜେପିର ପଞ୍ଚମ ପଯ୍ୟାୟ ପ୍ରାର୍ଥୀ ତାଲିକାରେ ସମ୍ବଲପୁରରୁ ଧର୍ମେନ୍ଦ୍ର ପ୍ରଧାନ ଲଢିବା ନେଇ ଘୋଷଣା କରାଯାଇଛି । କେନ୍ଦ୍ରମନ୍ତ୍ରୀ ହେବା ପରେ ପ୍ରଥମ ଥର ପାଇଁ ଧ ର୍ମେନ୍ଦ୍ର ଓଡିଶାରେ ନିର୍ବାଚନ ଲଢୁଥିବା ସୂଚନା ମିଳିଛି । ତେବେ ଏଥର ସମସ୍ତ ଦଳର ଫୋକସରେ ପଶ୍ଚିମ ଓଡିଶା ରହିଥିବା ବେଳେ ବିଜେଡି ମଧ୍ୟ ଏହି ଆସନରେ ନିଜ ଦଳର ପାୱାରଫୁଲ ନେତା ପ୍ରଣବ ପ୍ରକାଶ ଦାସଙ୍କ ନାଁରେ ମୋହର ମାରିଥିବା କୁହାଯାଉଛି । ଦଳ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇନଥିଲେ ମଧ୍ୟ ସମ୍ବଲପୁରରୁ ଧର୍ମେନ୍ଦ୍ରଙ୍କ ବାଟ ଓଗାଳିବା ପାଇଁ ଏଥର ବବି ଦାସ ସମ୍ବଲପୁରରେ ଲଢିବା ଏକ ପ୍ରକାର ସ୍ପଷ୍ଟ ହୋଇଛି । ତେବେ ଦୁଇ ଦଳର ପାୱାରଫୁଲ ନେତା ଏଥର ଗୋଟିଏ ମୈଦାନକୁ ଓହ୍ଲାଉଥିବା ବେଳେ ଏଥର ସମ୍ବଲପୁରରେ ସବୁଠୁ ବଡ ଲଢେଇ ଦେଖିବାକୁ ମିଳିବ ବୋଲି ଆଲୋଚନା ସରଗରମ ହେଲାଣି ।

author

Related Articles

Leave a Reply

Your email address will not be published. Required fields are marked *