ମୁହାଁମୁହିଁ ହେବେ ଭାରତ-ନେଦରଲ୍ୟାଣ୍ଡ

ମୁହାଁମୁହିଁ ହେବେ ଭାରତ-ନେଦରଲ୍ୟାଣ୍ଡ


ବିଶ୍ୱକପରେ ଆଉ ଏକ ପାଦ ଆଗେଇବ ଭାରତୀୟ ଦଳ । ଆଜି ଲିଗର ଶେଷ ମ୍ୟାଚ ଖେଳିବାକୁ ଯାଉଛି ଭାରତ । ଆଜି ବେଙ୍ଗାଲୁରରେ ମୁହାଁମୁହିଁ ହେବେ ଭାରତ-ନେଦରଲ୍ୟାଣ୍ଡ । ନେଦରଲ୍ୟାଣ୍ଡସକୁ ହରାଇ କ୍ଲିନ ସୁଇପ ଲକ୍ଷ୍ୟ ରଖିଛି । ଟିମ ଇଣ୍ଡିଆ ୮ରୁ ୮ ମ୍ୟାଚ ଜିତିଛି ଭାରତ । ନେଦରଲ୍ୟାଣ୍ଡସକୁ ହରାଇ ଅପରାଜୟୀ ଭାବେ ସେମିଫାଇନାଲରେ ଉଭା ହେବ ଭାରତ । ତେବେ ଆଜି ମ୍ୟାଚରେ କିଛି ଖେଳାଳିଙ୍କୁ ବିଶ୍ରାମ ଦିଆଯାଇପରେ ବୋଲି କୁହାଯାଉଛି । ଯେହେତୁ ମ୍ୟାଚରେ ଏତେଟା ଗୁରୁତ୍ୱ ନାହିଁ, ତେଣୁ ପ୍ରସିଦ୍ଧ କ୍ରିଷ୍ଣାକୁ ଆଜି ସୁଯୋଗ ମିଳିପାରେ । ତେବେ ଆସନ୍ତା ୧୫ରେ ନ୍ୟୁଜିଲ୍ୟାଣ୍ଡ ସହ ସେମି ଫାଇନାଲ ମୁକାବିଲା ଅଛି । ମୁମ୍ବାଇଇ ୱାଙ୍ଖଡେ ଷ୍ଟାଡିୟମରେ ପ୍ରଥମ ସେମି ଫାଇନାଲ ମ୍ୟାଚ ଖେଳାଯିବ । ସେପଟେ କୋଲକତାର ଇଡେନ ଗାଡେନ ଷ୍ଟାଡିୟମରେ ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦ୍ୱିତୀୟ ସେମିଫାଇନାଲ ଅନୁଷ୍ଠିତ ହେବ ।

author

Related Articles

Leave a Reply

Your email address will not be published. Required fields are marked *