ମେଜର ନୁହଁନ୍ତି ଗୁରୁବାଂଶ

ମେଜର ନୁହଁନ୍ତି ଗୁରୁବାଂଶ

ମେଜର ନୁହଁନ୍ତି ଗୁରୁବାଂଶ . ସବୁ ଜାଣିବା ପରେ ପଛକୁ ପାଦ ଫେରାଇନେଲେ ବିଜେଡି ସୁପ୍ରିମୋ . ବିଜେଡିର ପକ୍ଷରୁ ଆଜି ୬ଘଂଟିଆ ଭୁବନେଶ୍ୱର ବନ୍ଦ ଡାକରା ଦିଆଯାଇଥିବା ବେଳେ ତାହାକୁ ପ୍ରତ୍ୟାହାର କରିନେଇଛି ଦଳ . ଭରତପୁର ଥାନା ଘଟଣାରେ ଦିନକୁ ଦିନ ସସପେନ୍ସ ବଢ଼ିବାରେ ଲାଗିଛି . କିଏ ସତ କହୁଛି କିଏ ମିଛ କହୁଛି ତାହା ଜାଣି ହେଉନି . ଏନେଇ ଜୋର ଦାର ତଦନ୍ତ ଆରମ୍ଭ ହୋଇଛି . ତେବେ ଏହା ଭିତରେ ମେଜର ଗୁରୁବାଂଶ ଙ୍କୁ ନେଇ ଏକ ତଥ୍ୟ ସାମ୍ନାକୁ ଆସିଛି . ଯାହାକୁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ .ତେବେ ବିଗତ ଦିନରେ ଅଙ୍କିତାଙ୍କୁ ମେଜରଙ୍କ ବାନ୍ଧବୀ କୁହାଯାଉଥିବା ବେଳେ . ପ୍ରକୃତରେ ଗୁରୁବାଂଶ ମେଜର ନୁହେଁନ୍ତି . ତେବେ ସେ ଜଣେ କାପଟେନ ଅଟନ୍ତି .


ଅପରପକ୍ଷେ ବିଜେଡି ପକ୍ଷରୁ ଏହି ମାମଲାର ବିଚାର ବିଭାଗୀୟ ତଦନ୍ତ ଦାବି କରାଯାଇଥିବା ବେଳେ ଗତକାଲି ବିଳମ୍ବିତ ରାତିରେ ଏଥିନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ . ତେଣୁ ଦଳ ତାର ହରତାଳ ଡାକରା ପ୍ରତ୍ୟାହାର କରିନେଇଥିବା କହିଛି .ଗତକାଲି ରାତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକସେବା ଭବନରେ ଏକ ଉଚ୍ଚ ସ୍ତରୀୟ ବୈଠକରେ ଆଲୋଚନା କରି ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି . ବିଚାରପତି ଜଷ୍ଟିସ ଚିତରଞନ ଦାଶଙ୍କ ଦ୍ୱାରା ଏହି ମାମଲାର ତଦନ୍ତ ହେବ . ୬୦ ଦିନ ମଧ୍ୟରେ ରିପୋର୍ଟ ପ୍ରଦାନ ପାଇଁ କମିଶନଙ୍କୁ ଅନୁରୋଧ ପ୍ରକାଶ ପାଇଛି .


ତେବେ ଭାରତପୁର ଥାନାରେ ସେପ୍ଟେମ୍ବର ୧୫ ତାରିଖରେ ରାତିରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ପୋଲିସ ନିର୍ଯ୍ୟାତନା ନେଇ ସବୁଠି ପ୍ରତିକ୍ରିୟା ପ୍ରକାଶ ପାଇଛି . ଥାନାର ସିସିଟିଭି ରହସ୍ୟଝେରରେ ରହିଥିବା ବେଳେ ପିଡିତାଙ୍କର ଭିଡିଓ ଲଗାତର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି . ଏହା ଦ୍ୱାରା ଅନେକ ଲୋକ ଅନେକ କଥା କହୁଛନ୍ତିି . ତେବେ ତଦନ୍ତ ପରେ ହିଁ ପ୍ରକୃତରେ ସେହି ଦିନ ରାତିରେ କଣ ହୋଇଥିଲା ତାହା ସାମ୍ନାକୁ ଆସିବା .
ବ୍ୟୁରୋ ରିପୋର୍ଟ ରିଓ ନିୟୁଜ

author

Related Articles

Leave a Reply

Your email address will not be published. Required fields are marked *