ମେ’ ୧୭ରେ ଓଡିଶା ଆସିବେ ହେମାମାଳିନୀ

ମେ’ ୧୭ରେ ଓଡିଶା ଆସିବେ ହେମାମାଳିନୀ

ନିର୍ବାଚନ ପାଇଁ ଚଳଞ୍ଚଳ ଗାଁ ଠୁ ସହର । ରାଜନୈତିକ ଦଳମାନେ ନିଜ ନିଜର ସାମ୍ରାଜ୍ୟ ବିସ୍ତାର କରିବା ପାଇଁ ନିଜ ଗଡ ସହ ଅନ୍ୟ ଦଳର ଗଡକୁ ଅକ୍ତିଆର କରିବା ପାଇଁ ପ୍ରଚାର ପରେ ପ୍ରଚାର କରୁଛନ୍ତି । ଆଉ ଏବେ ଓଡିଶାକୁ ନିଜ ଫୋକସରେ ରଖି ବାରମ୍ବାର ଓଡିଶା ଗସ୍ତରେ ଆସୁଛନ୍ତି ହେଭିୱେଟ ନେତା । ତେବେ ଏହି କ୍ରମରେ ମେ ୧୭ ତାରିଖରେ ଓଡିଶା ଆସୁଛନ୍ତି ବିଜେପିର ଷ୍ଟାର ପ୍ରଚାରକ ଡ୍ରିମଗାର୍ଲ ହେମାମାଳିନୀ । ଭୁବନେଶ୍ୱର ଓ କଟକରେ ଜନସଭାକୁ କରିବେ ସମ୍ବୋଧେନ । ଏହାସହ ପିପିଲିରେ କରିବେ ରୋଡ ସୋ । ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ବିଜେପି ଉପସଭାପତି ଗୋଲକ ମହାପାତ୍ର । ବିଜେପି ଷ୍ଟାର ପ୍ରଚାରକ ତାଲିକାରେ ଅଛନ୍ତି ମଥୁରା ସାଂସଦ ପ୍ରାର୍ଥୀ ହେମାମାଳିନୀ ।

author

Related Articles

Leave a Reply

Your email address will not be published. Required fields are marked *