ମେ ୨୬ରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

ମେ ୨୬ରେ ପ୍ରକାଶ ପାଇବ ମାଟ୍ରିକ ରେଜଲ୍ଟ

ଆସନ୍ତା ୨୬ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ । ୨୬ ତାରିଖ ସକାଳ ୧୦ଟା ୩୦ ରେ ରେଜଲ୍ଟ ପ୍ରକାଶ ପାଇବା ନେଇ ପ୍ରେସମିଟ୍ ଜରିଆରେ ସୂଚନା ଦେଇଛନ୍ତି ବୋର୍ଡ ସଭାପତି । ୧୧ଟା ୩୦ରେ ବୋର୍ଡ ୱେବସାଇଟରେ ରେଜଲ୍ଟ ଉବଲବ୍ଧ ହେବ । ୧୨ଟା ୩୦ରେ ଟାବୁଲେସନ୍ ରେଜିଷ୍ଟର ଉପଲବ୍ଧ ହେବ । ସେହିଦିନ ଅପରାହ୍ନ ୪ଟା ସମୟରେ ପିଲାଙ୍କୁ ସେମାନଙ୍କର ଡିଜିଟାଲ ସାର୍ଟିଫିକେଟ୍ ମିଳିଯିବ ବୋଲି ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ଏହାକୁ ଅନଲାଇନରୁ ଡାଉନଲୋଡ କରିପାରିବେ । (website: bseodisha.nic.in.) ମେଟ୍ରିକ ରେଜଲ୍ଟ ହ୍ୱାଟ୍ସଆପରେ ମଧ୍ୟ ଉପଲବ୍ଧ ହେବ । OR10<>RollNo<> 5676750 ଟାଇପ କରି ଏହାକୁ ଏସଏମଏସ୍ କଲେ ପିଲାମାନେ ରେଜଲ୍ଟ ଜାଣିପାରିବେ । ଇଣ୍ଟରନେଟ୍ ସୁବିଧା ପାଇପାରୁନଥିବା ଅଞ୍ଚଳ ଗୁଡିକ ପାଇଁ ଏହି ସୁବିଧା କରାଯାଇଛି ।

author

Related Articles

Leave a Reply

Your email address will not be published. Required fields are marked *