ମେ’ ୯ରେ ‘ଆଦିପୁରୁଷ’ ଟ୍ରେଲର

ମେ’ ୯ରେ ‘ଆଦିପୁରୁଷ’ ଟ୍ରେଲର

ନୂଆଦିଲ୍ଲୀ:

ସାଉଥ ସୁପରଷ୍ଟାର ପ୍ରଭାସ ଓ କ୍ରିତି ସାନନଙ୍କ ଫିଲ୍ମି ‘ଆଦିପୁରୁଷ’କୁ ନେଇ ବହୁଦିନରୁ ଚର୍ଚ୍ଚା ଲାଗିରହିଛି | ଯେତେବେଳେ ଏହାର ଟିଜର ଜାରି କରାଯାଇଥିଲା ଫିଲ୍ମି ନିର୍ମାତାଙ୍କୁ ଏହାର ବିଏଫଏକ୍ସକୁ ନେଇ ଜୋରଦାର ସମାଲୋଚନାର ଶିକାର ହେବାକୁ ପଡିଥିଲା | ସେବେଠାରୁ ଏହାର ନିର୍ମାତା ଦର୍ଶକଙ୍କ ସମ୍ମୁଖକୁ ଟ୍ରେଲର ଆଣିବା ପୂର୍ବରୁ ଜବରଦସ୍ତ କାମ କରୁଛନ୍ତି | ଅବଶ୍ୟ ଏହାପୂର୍ବରୁ ‘ଆଦିପୁରୁଷ’ରେ ଭଗବାନ ରାମ, ସୀତା ଓ ହନୁମାନଙ୍କ ପୋଷ୍ଟର ଜାରି କରାଯାଇଛି | ପୋଷ୍ଟରକୁ ନେଇ ମଧ୍ୟ ବିବାଦ ଦେଖାଯାଇଛି | ତେବେ ଇତିମଧ୍ୟରେ ‘ଆଦିପୁରୁଷ’ର ଟ୍ରେଲର ମେ’୯ରେ ଆସିବା ବୋଲି ଏକ ଗଣମାଧ୍ୟମ ରିପୋର୍ଟର ପ୍ରକାଶ ପାଇଛି | ମୁମ୍ବାଇରେ ଏକ ଭବ୍ୟ କାର୍ଯ୍ୟକ୍ରମରେ ଆୟୋଜନ କରାଯାଇ ଫିଲ୍ମିର ଟ୍ରେଲର ଲାଞ୍ଚ କରାଯିବ | ଏଥିରେ ପ୍ରଭାସ, କ୍ରିତି ସାନନ, ଓମ ରାଉତ, ଭୂଷଣ କୁମାର ଯୋଗଦେବେ | ୩ ମିନିଟର ଏହି ଟ୍ରେଲରରେ ଦର୍ଶକେ ରାମାୟଣ ଦୁନିଆକୁ ଦେଖିପାରିବେ | ଏହା ପୂର୍ବରୁ ମେ’୮ ତାରିଖରେ ହାଇଦ୍ରାବାଦରେ ପ୍ରଭାସଙ୍କ ପ୍ରଶଂସକଙ୍କ ପାଇଁ ଟ୍ରେଲର ଲଞ୍ଚ କରାଯିବ | ଏଠାରେ ଥ୍ରୀଡି ସ୍କ୍ରିନିଂ କରାଯିବ | ତେବେ ଏହି ପ୍ରମୋସନ କାର୍ଯ୍ୟକ୍ରମରେ ସୈଫ ଅଲ୍ଲୀ ଖାନ ଦେଖାଯିବେ ନାହିଁ | ତେବେ ସୈଫଙ୍କ ଭୂମିକାକୁ ନେଇ ବିବାଦ ଉପୁଜିଥିବାରୁ ତାଙ୍କୁ ଜାଣିଶୁଣି ଫିଲ୍ମି ପ୍ରମୋସନରୁ ଦୂରରେ ରଖାଯାଇଛି ବୋଲି କୁହାଯାଇଛି | କିଛିଦିନ ପୂର୍ବରୁ ‘ଆଦିପୁରୁଷ’ର ଏକ ମୋସନ ପୋଷ୍ଟର ଜାରି କରାଯାଇଥିଲା | ଯେଉଁଥିରେ ଭଗବାନ ଶ୍ରୀରାମଙ୍କ ସହ ଜଡିତ ଏକ ଗୀତ ରିଲିଜ ହୋଇଥିଲା | ଏହି ଗୀତ ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି |

author

Related Articles

Leave a Reply

Your email address will not be published. Required fields are marked *