ମୋଦିଙ୍କୁ କହିଲେ ମୋହନଙ୍କୁ ଧୋଇଲେ ସୁଲତା !

ମୋଦିଙ୍କୁ କହିଲେ ମୋହନଙ୍କୁ ଧୋଇଲେ ସୁଲତା !

ହଁ ଆଜ୍ଞା ବିରୋଧି ଆସନରେ ବସିବା ପରେ ବେଶ ଆକ୍ଟିଭ ମୁଡରେ ବିଜେଡିର ରାଜ୍ୟସଭା ସାଂସଦ ସୁଲତା ଦେଓ । ରାଜ୍ୟସଭାରେ ସ୍ୱର ଉଠାଉଛନ୍ତି କେନ୍ଦ୍ରସରକାରଙ୍କ ଉପରେ ବର୍ଷୁଛନ୍ତି ସୁଲତା ଦେଓ । ରାଜ୍ୟର ସ୍ୱାର୍ଥକୁ ମୋଦି ସରକାର ହରଣ କରୁଥିବା ଅଭିଯୋଗ ବାଢିଥିଲେ । ନିଜକୁ ମିଳିଥିବା 8 ମିନିଟ ସମୟ ମଧ୍ୟରେ ଓଡିଶାବାସୀଙ୍କ ସମସ୍ୟାକୁ ରାଜ୍ୟସଭାରେ ଉଠାଇଥିଲେ ସୁଲତା । କେନ୍ଦ୍ରକୁ ସମର୍ଥନ କରିଥିଲେ କିନ୍ତୁ ତାଙ୍କୁ କିଛି ବି ଫଳ ମିଳିଲାନି । ରାଜ୍ୟସଭାରେ ଅନେକ ପ୍ରସଙ୍ଗ ଉଠାଇ ବିଜେପି ସରକାରକୁ ଘେରିଥିଲେ ସୁଲତା ଦେଓ । ତା ମଧ୍ୟରେ ଦୁଇ ପ୍ରମୁଖ କଥା ହେଉଛି ପୋଲାଭରମ ପ୍ରକଳ୍ପ ପ୍ରସଙ୍ଗ ତା ସାଙ୍ଗକୁ କେନ୍ଦ୍ର ସରକାରଙ୍କ ବଜେଟରେ ଓଡିଶାକୁ ଅଣଦେଖା କରିବା । ପୋଲାଭରମ ପ୍ରକଳ୍ପ ଦ୍ୱାରା ପାଖାପାଖି ଆଦିବାସୀ ଗାଁ ନିଶ୍ଚିନ୍ନ ହୋଇଯିବ । ଖୋଦ ରାଜ୍ୟର ମୁଖ୍ୟମନ୍ତ୍ରୀ ଆଦିବାସୀ ହୋଇଥିବା ବେଳେ ସେ ଆଦିବାସୀଙ୍କ ସୁରକ୍ଷା କଥା ଚିନ୍ତା କରୁଛନ୍ତି କି ନାହିଁ ସେ ନେଇ ପ୍ରଶ୍ନ କରିଥିଲେ ସୁଲତା । ଆଦିବାସୀ କାର୍ଡ ଖେଳୁଥିବା ବିଜେପିର କୁଆଡେ ଗଲା ଆଦିବାସୀ ପ୍ରୀତି । ଅନ୍ୟପଟେ କେନ୍ଦ୍ର ସରକାର ଆଣିଥିବା ଚଳିତ ବଜେଟରେ ଓଡିଶାକୁ ଗୁରୁତ୍ୱ ନ ଦେବା ପ୍ରସଙ୍ଗ ନେଇ ମୋଦି ସରକାରଙ୍କୁ ସିଧା ନିସାନା କରିଥିଲେ । ସୁଲତାଙ୍କ ଏଭଳି ରୂପ ଦେଖି ଶାସକ ତାଛଲ୍ୟ କରୁଥିବା ବେଳେ ନିଜ ସ୍ୱରକୁ ଆହୁରି ଶାଣିତ କରିଛନ୍ତି ବିଜେଡି ନେତ୍ରୀ ତଥା ରାଜ୍ୟସଭା ସାଂସଦ ସୁଲତା ଦେଓ । କେତେବେଳେ ରାଜ୍ୟସଭାରେ ମୋଦି ସରକାରଙ୍କୁ ଘେରୁଛନ୍ତି ତ ଆଉ କେତେବେଳେ ଭିଡିଓ ଜାରି କରି ଓଡିଶାର ମୋହନ ସରକାରଙ୍କୁ ଘେରୁଛନ୍ତି । ସଂସଦରେ ସୁଲତାଙ୍କ କ୍ଷୋଭକୁ ନେଇ ପୂର୍ବର ବିଜେଡି ସରକାର ଉପରେ ଆଙ୍ଗୁଠି ଉଠାଉଛନ୍ତି ସାଧାରଣ ଜନତା । ଅନ୍ୟପଟେ ବିଜେପି ନେତାମାନେ ମଧ୍ୟ 24 ବର୍ଷର ସରକାରକୁ ବିଭିନ୍ନ ପ୍ରସଙ୍ଗ ନେଇ ପ୍ରଶ୍ନ କରିଛନ୍ତି । ତେବେ ବର୍ତ୍ତମାନର ସରକାର ବିରୁଦ୍ଧରେ ସୁଲତା ଉଠାଇଥିବା ସ୍ୱର ଆଗକୁ କେତେ ଶାଣିତ ହେଉଛି ତାହାର ଅପେକ୍ଷା ।

author

Related Articles

Leave a Reply

Your email address will not be published. Required fields are marked *