ମୋଦିଙ୍କୁ ଟାର୍ଗେଟ କଲେ ପାଣ୍ଡିଆନ

ମୋଦିଙ୍କୁ ଟାର୍ଗେଟ କଲେ ପାଣ୍ଡିଆନ

ଭାରତୀୟ ଜନତା ପାର୍ଟିର ପ୍ରଚାର ପାଇଁ ଓଡିଶା ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭୁବନେଶ୍ୱରରେ ମେଗା ରୋଡ ସୋ କରିବା ପରେ ଆଜି କନ୍ଧମାଳ ଗସ୍ତରେ ଅଛନ୍ତି ପ୍ରଧାନମନ୍ତ୍ରୀ । ଆଜି ବୀରମିତ୍ରପୁରରେ ପ୍ରଚାର କରିଛନ୍ତି ଭିକେ ପାଣ୍ଡିଆନ୍ । ସେଠାରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବା ସହ ସୁନ୍ଦରଗଡରେ ବିଜେଡି ସରକାରର ବିକାଶ କଥା କହିଛନ୍ତି । ତେବେ ଏହାରି ଭିତରେ ବିଜେପିକୁ ବି ଟାର୍ଗେଟ କରିଛନ୍ତି ପାଣ୍ଡିଆନ୍ । କନ୍ଧମାଳ ମାଟିରୁ ପ୍ରଧାନମନ୍ତ୍ରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପଚାରିଥିବା ପ୍ରଶ୍ନର ଉତ୍ତର ବି ଦେଇଛନ୍ତି ପାଣ୍ଡିଆନ୍ । ଆପଣ କୁହନ୍ତୁ ଆପଣଙ୍କ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ? ଓଡିଶାବାସୀ ଜାଣିବାକୁ ଚାହୁଁଛନ୍ତି । ଯେବେ ଆପଣ ଘୋଷଣା କରିଦେବେ ସେ ଆପଣ ଯେତେ ମାର୍ଜିନ ପାଇବେ ତାର ୧୦ ପ୍ରତିଶତ କମିଯିବେ । ଆମ ମୁଖ୍ୟମନ୍ତ୍ରୀ ଏକ ନମ୍ବର ହୋଇ ଅଛନ୍ତି । ଆପଣ ଯେତେ ଭାଷଣ ଦେଲେ ବି ଆମ ମୁଖ୍ୟମନ୍ତ୍ରୀଙ୍କୁ ଲୋକଙ୍କ ପାଖରୁ ଦୂରେଇ ପାରିବେନି ।

author

Related Articles

Leave a Reply

Your email address will not be published. Required fields are marked *