ମୋଦିଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ମୋଦିଙ୍କୁ ଧନ୍ୟବାଦ ଜଣାଇଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ବିଗତ 3 ଦଶନ୍ଧି ଧରି ଭାରତୀୟ ସଂସଦରେ ମହିଳା ସରଂକ୍ଷଣ ବିଲ ଉପରେ ଚର୍ଚ୍ଚା ହୋଇ ଆସୁଥିଲା । ଗଣେଶ ପୂଜାର ଶୁଭ ଅବସରରେ ନୂତନ ସଂସଦ ଗୃହରେ ମୋଦୀଙ୍କ ନେତୃତ୍ୱରେ ଗତକାଲି ରାଜ୍ୟସଭାରେ ମହିଳା ସରକ୍ଷଂଣ ବିଲ ପାସ ହୋଇଛି । ଉଭୟ ଲୋକସଭା ଓ ରାଜ୍ୟସଭାରେ ଏହି ବିଲ ପାସ ହୋଇସାରିଛି ଯାହାର ନା ରହିଛି ନାରୀ ଶକ୍ତି ବନ୍ଦନ ଅଧିନିୟମ । ଅନୂସୂଚିତ ଜାତି ଓ ଜନଜାତିର ମହିଳାଙ୍କ ପାଇଁ ବିଲକୁ ପାସ କରାଯାଇଛି ଯେଉଁଥିରେ ମହିଳାଙ୍କ ପାଇଁ କେନ୍ଦ୍ର ସରକାର 33 ପ୍ରତିଶତ ଆସନ ଦେଇଛନ୍ତି । ନୂଆ ସଂସଦ ଭବନରେ ମହିଳା ସରଂକ୍ଷଣ ବିଲ ପାସ ହେବା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଲକୁ ସମର୍ଥନ ଦେଇଥିବା ସମସ୍ତ ଲୋକସଭା ଓ ରାଜ୍ୟସଭା ସଦସ୍ୟ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି । ମହିଳା ସଂରକ୍ଷଣ ବିଲ ଗୃହୀତ ହେବା ଫଳରେ ଦେଶର ମାଆ ଓ ମହିଳା ମାନଙ୍କର ଜନପ୍ରତିନିଧିତ୍ୱ ବଢିବ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ ଭୁବନେଶ୍ୱର ରାଜ୍ୟ କାର୍ଯ୍ୟଳୟରେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ସେ କହିଛନ୍ତି ଯେ ଭାରତୀୟ ସଭ୍ୟତାରେ ମହିଳା ମାନଙ୍କୁ ସଂରକ୍ଷଣ,ଅଗ୍ରାଧିକାର ଓ ସଶକ୍ତିକରଣ କରିବା ପରମ୍ପରା ଅନେକ ଆଗରୁ ରହିଛି । ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେବା ପରେ କହିଥିଲେ ତାଙ୍କ ସରକାର ଗରିବ,ବଞ୍ଚିତ ଓ ମହିଳା ମାନଙ୍କ ପାଇଁ ସରଂକ୍ଷିତ ଏବଂ ମୋଦି ଯାହା କୁହନ୍ତି ତାହା କରି ଦେଖାନ୍ତି । ଗତକାଲି ସେହି ଦାୟିତ୍ୱକୁ ପୁରା କରିଛନ୍ତି ଯାହା ଆମ ସମସ୍ତଙ୍କ ପାଇଁ ଏକ ଗୌରବର ବିଷୟ ଅଟେ ।

author

Related Articles

Leave a Reply

Your email address will not be published. Required fields are marked *