ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ

ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ନବୀନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇଲେ ବିଜେଡି ସଭାପତି ନବୀନ ପଟ୍ଟନାୟକ । ଲଗାତାର ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହୋଇଛନ୍ତି ନରେନ୍ଦ୍ର ମୋଦି । ରବିବାର ସନ୍ଧ୍ୟାରେ ମୋଦିଙ୍କ ସମେତ ତାଙ୍କ ନୂଆ ମନ୍ତ୍ରୀମଣ୍ଡଳ ମଧ୍ୟ ଶପଥ ଗ୍ରହଣ କରିଛନ୍ତି । ତେବେ ଏହି ଉତ୍ସବ ପରେ ସୋସିଆଲ ମିଡିଆ ପ୍ଲାର୍ଟଫର୍ମ ଏକ୍ସରେ ପୋଷ୍ଟ କରି ବିଜେଡି ସୁପ୍ରିମୋ ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଏହା ସହ ଓଡିଶାରୁ ୩ ଜଣ କେନ୍ଦ୍ରରେ ମନ୍ତ୍ରୀ ପଦ ପାଇଥିବା ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ ଏବଂ ଜୁଏଲ ଓରାମଙ୍କୁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି । ଦେଶାବାସୀ ଏବଂ ଓଡିଶାବାସୀଙ୍କ ପାଇଁ କାମ କରିବାକୁ କହିଛନ୍ତି । ଅନ୍ୟପଟେ ନବୀନଙ୍କ ଶୁଭେଚ୍ଛାର ପ୍ରତିଉତ୍ତର ରଖିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ଧର୍ମେନ୍ଦ୍ର କହିଛନ୍ତି, ଆପଣଙ୍କ ଭଳି ଷ୍ଟେଟସମ୍ୟାନ ଉତ୍ସାହିତ କରିବା ମୋ ପାଇଁ ବହୁତ ଗୁରୁତ୍ୱ ବହନ କରେ । ବିକଶିତ ଭାରତ ଓ ବିକଶିତ ଓଡ଼ିଶା ପାଇଁ କାମ କରିବୁ ବୋଲି କହିଛନ୍ତି ଧର୍ମେନ୍ଦ୍ର ।

author

Related Articles

Leave a Reply

Your email address will not be published. Required fields are marked *