ମୋଦିଙ୍କ ଜନ୍ମଦିନରେ ଦେବାକୁ କିଛି ମିଳିଲାନି ? ୧୦ ଟଙ୍କା ନୋଟଗିଫ୍ଟ ଦେଲେ ମୋହନ

ମୋଦିଙ୍କ ଜନ୍ମଦିନରେ ଦେବାକୁ କିଛି ମିଳିଲାନି ? ୧୦ ଟଙ୍କା ନୋଟଗିଫ୍ଟ ଦେଲେ ମୋହନ

ମୋଦିଙ୍କ ଜନ୍ମଦିନରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଗିଫ୍ଟ .ଦର୍ଶକ ବନ୍ଧୁ ସାଧାରଣତଃ ଜନ୍ମ ଦିନରେ .ଆମେ ଆମ ସାଙ୍ଗ ସାଥି ପ୍ରିୟଜନଙ୍କୁ ଗିଫ୍ଟ ଦେଇଥାଉ .ସେହିପରି ପ୍ରଧାମନ୍ତ୍ରୀ ମୋଦି ଙ୍କୁ ତାଙ୍କ ଜନ୍ମ ଦିନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏକ ୧୦ ଟଙ୍କିଆ ନୋଟ ଦେଇଛନ୍ତି .ଏହାକୁ ଶୁଣିଲା ପରେ ଆପଣ ଭାବୁ ଥିବେ ଜଣେ ପ୍ରଧାମନ୍ତ୍ରୀଙ୍କୁ ମାତ୍ର ୧୦ ଟଙ୍କିଆ ନୋଟ କାହିଁକି ?

ଥରେ ନଜର ପାକାନ୍ତୁ ଏହି ଫଟୋ ଫ୍ରେମ ଉପରେ ଯାହାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମୋଦିଙ୍କୁ ଉପହାର ସ୍ୱରୂପ ଦେଇଛନ୍ତି .ଏହି ନୋଟ ନି ଏମିତି ସେମିତି ନୋଟ ନୁହେଁ .ଏହି ନୋଟ ର ସିରିଏଲ ନମ୍ବର ଖାସ ରହିଛି .ଯେଉଁଥିରେ ୧୭୦୯୫୦ ରହିଛି .ଯାହା ପ୍ରଧାମନ୍ତ୍ରୀଙ୍କ ଜନ୍ମ ତାରିଖ କୁ ସୁଚାଉଛି .ଏହା ସହିତ ଏଥିରେ ଓଡିଆଙ୍କ ବଡ଼ ଠାକୁର ପ୍ରଭୁ ଜଗନ୍ନାଥ .ବଳଭଦ୍ର ,ମା ସୁଭଦ୍ରାଙ୍କ ଫଟୋ ରହିଛି .ପ୍ରେମର ଉପରି ଭାଗରେ ପ୍ରଧାମନ୍ତ୍ରୀଙ୍କ ଫୋଟୋ ଥିବା ବେଳେ ତଳେ ମୁଖ୍ୟମନ୍ତ୍ରୀଙ୍କ ଫୋଟୋ ରହିଛି .ଆଉ ଜନ୍ମ ଦିନ ପାଇଁ ଡ଼େର ସାରା ଶୁଭ କାମନା ଜାଣାଯାଇଛି .

ତେବେ ଗତ କାଲି ନିଜ ଜନ୍ମଦିନ ଅବସରରେ ଓଡିଶା ଆସିଥିଲେ ପ୍ରଧାମନ୍ତ୍ରୀ ମୋଦି .ଆଉ ରାଜ୍ୟରେ ସୁଭଦ୍ରା ଯୋଜନାର ସୁଭାରମ୍ଭ କରିଥିଲେ .ଆଉ ଏହି ସମୟରେ ହିତାଧିକାରୀଙ୍କ ଖାତାକୁ ୫୦୦୦ ଯଙ୍କା ଯାଇଥିଲା .ଏହି ସମୟରେ ମୋଦିଙ୍କ ଜନ୍ମ ଦିନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କୁ ତାଙ୍କ ଜନ୍ମ ତାରିଖ ଥିବା ସିରିଏଲ ନମ୍ବର ନୋଟ ପ୍ରଦାନ କରିଥିଲେ .

author

Related Articles

Leave a Reply

Your email address will not be published. Required fields are marked *