ମୋଦିଙ୍କ ଜନ୍ମ ଦିନରେ ଉଦଘାଟିତ ହେଲା ଯଶୋଭୂମିର ପ୍ରଥମ ଅଂଶ

ମୋଦିଙ୍କ ଜନ୍ମ ଦିନରେ ଉଦଘାଟିତ ହେଲା ଯଶୋଭୂମିର ପ୍ରଥମ ଅଂଶ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମ ଦିନରେ ନୂଆଦିଲ୍ଲୀର ଦ୍ୱାରକାରେ ଇଣ୍ଡିଆ ଇଣ୍ଟରନ୍ୟାସନାଲ କନଭେନସନ ଓ ଏକ୍ସପୋ ସେଣ୍ଟର ବା ଯଶୋଭୂମିର ପ୍ରଥମ ଅଂଶ ଉଦଘାଟିତ ହୋଇଛି । ସରକାର ଏହାକୁ ୫ ହଜାର ୪ ଶହ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରିଛନ୍ତି । ଏହି କନଭେନସନ ସେଣ୍ଟର ୮ ଦଶିମକ ୯ ବର୍ଗଫୁଟରୁ ଅଧିକ ଅଞ୍ଚଳରେ ପରିବ୍ୟାପ୍ତ । ଏହା ବିଶ୍ୱର ସବୁଠୁ ବଡ଼ ଏମଆଇସିଇ ସ୍ଥାନ ମଧ୍ୟରୁ ଅନ୍ୟତମ । ୟଶୋଭୂମିରେ ଏକ ସମ୍ମିଳନୀ କକ୍ଷ, ଅନେକ ପ୍ରଦର୍ଶନୀ କକ୍ଷ ଓ ଅନ୍ୟାନ୍ୟ ସୁବିଧା ରହିଛି । ଏହି ସେଣ୍ଟରର ବାହାରପଟ ଜି-୨୦ ଥିମରେ ଡିଜାଇନ କରାଯାଇଛି । ଏଥିରେ ଏକାସଙ୍ଗେ ୧୧ ହଜାରରୁ ଅଧିକ ଲୋକ ବସିପାରିବେ । ଏଥିରେ ୧୫ଟି ସମ୍ମିଳନୀ କକ୍ଷ, ଗ୍ରାଣ୍ଡ ବଲରୁମ୍ ଓ ୧୩ଟି ବୈଠକ ଘର ରହିଛି । ୟଶୋଭୂମିକୁ ଦିଲ୍ଲୀ ବିମାନ ବନ୍ଦର ମେଟ୍ରୋ ଏକ୍ସପ୍ରେସ୍ ଲାଇନ୍ ସହ ଯୋଡାଯାଇଛି । ମୋଦି ଦ୍ୱାରକା ସେକ୍ଟର ୨୧ରୁ ୟଶୋଭୂମି ସେକ୍ଟର ୨୫ଯାଏଁ ମେଟ୍ରୋରେ ଯାତ୍ରା କରିଥିଲେ ଏବଂ ଏହି ଅବସରରେ ମେଟ୍ରୋ ଯାତ୍ରୀ ପ୍ରଧାନମନ୍ତ୍ରୀଙ୍କ ସହ ସେଲଫି ଉଠାଇଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *