ମୋଦିଙ୍କ ପରେ ଓଡିଶା ଆସିବେ ରାହୁଲ…

ମୋଦିଙ୍କ ପରେ ଓଡିଶା ଆସିବେ ରାହୁଲ…

ପୁଣି ଓଡିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ରୀୟ ନେତୃବୃନ୍ଦ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଡିଶା ଗସ୍ତ ପରେ ଏବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଓଡିଶା ଗସ୍ତରେ ଆସୁଥିବା ସୂଚନା ମିଳିଛି । ଜୁଲାଇ ମାସର ଦ୍ୱିତୀୟ ସପ୍ତାହରେ ବିରୋଧୀ ଦଳ ନେତା ଓଡିଶା ଗସ୍ତରେ ଆସିବା ନେଇ ଜଣାପଡିଛି । ରାଜ୍ୟ କଂଗ୍ରେସ ତରଫରୁ ରାଜଧାନୀରେ ଆୟୋଜିତ ହେବାକୁ ଥିବା ଏକ ବିଶାଳ ଜନସମାବେଶରେ ରାହୁଲ ଗାନ୍ଧୀଙ୍କ ସହ କଂଗ୍ରେସ ଜାତୀୟ ସଭାପତି ମଲ୍ଲିକାର୍ଜୁନ ଖଡଗେ ମଧ୍ୟ ଯୋଗଦେବେ । ଏନେଇ କଂଗ୍ରେସ ରାଜ୍ୟ ସଭାପତି ଭକ୍ତ ଚରଣ ଦାସ ସୂଚନା ଦେଇଛନ୍ତି । ଏହି ସମାବେଶରେ ହଜାର ହଜାର ଦଳୀୟ କର୍ମୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ରାଜ୍ୟରେ ଦିନକୁ ଦିନ ବିଗୁଡୁଥିବା ଆଇନଶୃଙ୍ଖଳା ଓ ମହିଳାଙ୍କ ଉପରେ ବଢୁଥିବା ଅତ୍ୟାଚାରକୁ କେନ୍ଦ୍ର କଂଗ୍ରେସ ଗୁରୁତର ସହ ନେଉଥିବା କହିଛନ୍ତି ପିସିସି ସଭାପତି ।

author

Related Articles

Leave a Reply

Your email address will not be published. Required fields are marked *