ବିଜେପିରେ ଆରମ୍ଭ ହେଲା ନୀତିନ ନବୀନ ଯୁଗ । ଭାରତୀୟ ଜନତା ପାର୍ଟିକୁ ମିଳିଛି 45 ବର୍ଷୀୟ ସର୍ବକନିଷ୍ଠ ରାଷ୍ଟ୍ରୀୟ ଅଧ୍ୟକ୍ଷ । ହଁ ଦର୍ଶକବନ୍ଧୁ ବିଜେପିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନୀତିନ ନବୀନ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିସାରିଛନ୍ତି । ଦିଲ୍ଲୀ ସ୍ଥିତ ବିଜେପି ମୁଖ୍ୟାଳୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,ଜେପି ନଡ୍ଡା ଗୃହମନ୍ତ୍ରୀ ଅମିତ ଶାହାଙ୍କ ଉପସ୍ଥିତିରେ ନୀତିନ ନବୀନ ବିଜେପିରେ ନୂଆ ମଙ୍ଗୁଆଳ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଦାୟିତ୍ୱ ନେଉ ନେଉ ନବୀନ ନବୀନ ନିଜର କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି । ସେ ତାଙ୍କର ପ୍ରଥମ ଅଭିଭାଷଣରେ କହିଥିଲେ ମୋ ପାଇଁ ପ୍ରଥମେ ଦେଶ, ତା ପରେ ଦଳ, ସର୍ବଶେଷରେ ସ୍ୱାର୍ଥ । ଦଳର ଇତିହାସ, ଆଦର୍ଶଗତ ସଂଘର୍ଷ ଓ ଭବିଷ୍ୟତର ଚ୍ୟାଲେଞ୍ଜ ଉପରେ ମତ ରଖିଛନ୍ତି ନିତିନ ନବୀନ । କହିଛନ୍ତି, ବିଜେପିରେ ରାଜନୀତି ଏକ ପଦବୀ ନୁହେଁ, ଏହା ଏକ ଦାୟିତ୍ୱ । ବିଜେପି ଆଜି ବିଶ୍ୱର ସର୍ବବୃହତ୍ ଦଳ । ନେତୃତ୍ୱ, ବିଚାରଧାରା ଓ କର୍ମୀଙ୍କ ଯୋଗୁଁ ଏହା ସମ୍ଭବ ହୋଇଛି । ସେପେଟ ବିଜେପିର ନୂଆ ପିଢ଼ିର ନେତୃତ୍ୱକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ସେ ଜଣେ ସାଧାରଣ କର୍ମକର୍ତ୍ତା ଏବଂ ଆଜିଠାରୁ ନବୀନ ତାଙ୍କ ବସ୍ ବୋଲି କହିଛନ୍ତି ମୋଦୀ । ଚଳିତ ବର୍ଷ ତାମିଲନାଡୁ ପଶ୍ଚିମବଙ୍ଗ ପୁଦୁଚେରୀ ଭଳି କେତେକ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି ଏବଂ ସେଠାରେ ଗେରୁଆ ବାନା ଉଡାଇବାରେ ନୀତିନ ନବୀନଙ୍କ ରଣନୀତି କେତେ ସକସେସ ହେଉଛି ତାହା ଉପରେ ସଭିଙ୍କ ନଜର ରହିଥିବା ବେଳେ ବର୍ତ୍ତମାନ ଓଡିଶା ରାଜନୀତିରେ ନବୀନଙ୍କ ଦଖଲକୁ ନେଇ ଚର୍ଚ୍ଚା ବଢିଛି । ରାଜ୍ୟରେ ବିଜେପି ସଙ୍ଗଠନକୁ ମଜଭୁତ କରିବା ପାଇଁ ନିତିନ ନବୀନ କେଉଁ ପଦକ୍ଷେପ ନେଉଛନ୍ତି ତାହା ଉପରେ ମଧ୍ୟ ନଜର ରହିଛି ।
ତେବେ ରାଜ୍ୟରେ ବିଜେପି ଶାସନ କ୍ଷମତାକୁ ଆସିବା ପରେ ଦଳୀୟ ଅନ୍ତଃକନ୍ଦଳ କେନ୍ଦ୍ରୀୟ ନେତୃତ୍ବଙ୍କ ବଡ଼ ଚିନ୍ତା ପାଲଟିଛି । ସମସ୍ତଙ୍କୁ ଏକାଠି ନେଇ ତୃଣମୂଳସ୍ତରରୁ ସଂଗଠନକୁ ମଜଭୁତ କରିବା ଏହା ନବୀନଙ୍କ ପାଇଁ ଅଗ୍ନିପରୀକ୍ଷା ହେବ । ଦଳୀୟ ଅନ୍ତଃକନ୍ଦଳ ପାଇଁ ଏବେ ପର୍ଯ୍ୟନ୍ତ ମନ୍ତ୍ରିମଣ୍ଡଳ, ବୋର୍ଡ, ନିଗମ ଏବଂ ସାଂଗଠନିକ ପୁନର୍ବିନ୍ୟାସ ହୋଇପାରୁନାହିଁ । ରାଜ୍ୟର ଛାମୁଆ ନେତାମାନେ ନେତାମାନେ ବାରମ୍ୱାର ଦିଲ୍ଲୀ ଯାଇ ଶୀର୍ଷ ନେତୃତ୍ୱଙ୍କୁ ଭେଟିଛନ୍ତି । ଆଉ ଏବେ ନବୀନଙ୍କୁ ଦାୟିତ୍ୱ ମିଳିବା ପରେ ବିବାଦକୁ ଦୂର କରି ସଂଗଠନକୁ ମଜଭୁତ କରିବା ପାଇଁ ନୂଆ ରଣନୀତି ପ୍ରସ୍ତୁତ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।
