ମୋଦିଙ୍କ ଭାରତ ପେ ଚର୍ଚ୍ଚାର ସପ୍ତମ ସଂସ୍କରଣ

ମୋଦିଙ୍କ ଭାରତ ପେ ଚର୍ଚ୍ଚାର ସପ୍ତମ ସଂସ୍କରଣ

ନୂଆଦିଲ୍ଲୀର ଭାରତ ମଣ୍ଡପମ୍, ଆଇଟିପିଓ, ପ୍ରଗତି ମଇଦାନରେ ପୂର୍ବାହ୍ନ ୧୧ଟାରୁ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରୀକ୍ଷା ପେ ଚର୍ଚ୍ଚାର ଏହା ହେଉଛି ସପ୍ତମ ସଂସ୍କରଣ । ପରୀକ୍ଷାର୍ଥୀମାନଙ୍କୁ ପରୀକ୍ଷା ଟିପ୍ସ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ପ୍ରଧାନମନ୍ତ୍ରୀ ମୋଦି ସମସ୍ତଙ୍କୁ ସମ୍ୱୋଧନ କରି ପରୀକ୍ଷା ସମ୍ପର୍କରେ ଆଲୋଚନା କରିଛନ୍ତି । ଏଥିରେ 2 କୋଟିରୁ ଅଧିକ ଛାତ୍ରଛାତ୍ରୀ,ଅଭିଭାବକ ଓ ଶିକ୍ଷକମାନେ ପଞ୍ଜିକରଣ କରିଛନ୍ତି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପରୀକ୍ଷା ପେ ଚର୍ଚ୍ଚା ୨୦୨୪ କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା ଟୁଇଟରରେ ସେୟାର କରିଛନ୍ତି । ତାଙ୍କ କହିବା ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀଙ୍କ ବହୁ ପ୍ରତୀକ୍ଷିତ କାର୍ଯ୍ୟକ୍ରମ ପିପିସି ୨୦୨୪ ପାଇଁ ୨ କୋଟି ୨୬ ଲକ୍ଷ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଛାତ୍ରଛାତ୍ରୀ, ଶିକ୍ଷା ଓ ଅନ୍ୟାନ୍ୟ ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କରିଛନ୍ତି ।

author

Related Articles

Leave a Reply

Your email address will not be published. Required fields are marked *