ମୋଦି ଓ ରାହୁଲଙ୍କୁ ନିର୍ବାଚନ ଆୟୋଗର ନୋଟିସ

ମୋଦି ଓ ରାହୁଲଙ୍କୁ ନିର୍ବାଚନ ଆୟୋଗର ନୋଟିସ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାହୁଲ ଗାନ୍ଧୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ନିର୍ବାଚନ ଆୟୋଗ । ସାମ୍ପ୍ରଦାୟିକ ବୟାନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏବଂ ନିର୍ବାଚନୀ ସଭାରେ ଭୁଲ୍ ତଥ୍ୟ ଦେବା ପ୍ରସଙ୍ଗରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ବୟାନ ପରେ ଆକ୍ସନ ମୋଡରେ ଭାରତୀୟ ନିର୍ବାଚନ କମିଶନ । ଏନେଇ କମିଶନଙ୍କ ପକ୍ଷରୁ ଉଭୟ ଦଳର ସଭାପତିଙ୍କୁ ନୋଟିସ ଜାରି କରାଯାଇଥିବା ବେଳେ ୨୯ ଅପ୍ରେଲ ପୂର୍ବାହ୍ନ ୧୧ଟା ସୁଦ୍ଧା ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଧର୍ମ, ଜାତି, ସମୁଦାୟ ଓ ଭାଷା ଆଧାରରେ ସାମ୍ପ୍ରଦାୟିକ ବୟାନ ନେଇ ଘୃଣା ସୃଷ୍ଟି କରୁଥିବା ନେଇ ନିର୍ବାଚନ କମିଶନଙ୍କ ପାଖେ ଅଭିଯୋଗ କରିଥିଲା କଂଗ୍ରେସ । ସେପଟେ ନିର୍ବାଚନୀ ସଭାରେ ରାହୁଲ ଗାନ୍ଧୀ ଭାରତରେ ଗରିବୀ ବଢିଥିବା ନେଇ ରାହୁଲ ଗାନ୍ଧୀ ଭୁଲ ତଥ୍ୟ ଦେଇଥିବା ନେଇ ବିଜେପି ପକ୍ଷରୁ ମଧ୍ୟ ଅଭିଯୋଗ କରାଯାଇଥିଲା ।

author

Related Articles

Leave a Reply

Your email address will not be published. Required fields are marked *