ପ୍ରଧାନମନ୍ତ୍ରୀଙ୍କ ଗୁଡବୁକରେ ଓଡିଶାର ମୁଖ୍ୟମନ୍ତ୍ରୀ
ଷ୍ଟାର ତାଲିକାରେ ସ୍ଥାନ ପାଇଲେ ମୋହନ ଓ ଧର୍ମେନ୍ଦ୍ର
ଝାଡଖଣ୍ଡ ନିର୍ବାଚନରେ ମୋହନ ସାରଥୀ,ଆଦିବାସୀ ଭୋଟକୁ କରିବେ କବଜା
ମୋଦି ଖେଳିଲେ ନୂଆ ରଣନୀତି ଏକାଠି ହେବେ ଦୁଇ ମନ୍ତ୍ରୀ
ଏକାଠି ବୁଲିବେ କେନ୍ଦ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ
ହଁ ଦର୍ଶକବନ୍ଧୁ ଆସନ୍ତା ନଭେମ୍ୱର 13 ଓ 20 ତାରିଖରେ ଝାଡଖଣ୍ଡର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି ଏବଂ ଏଥିପାଇଁ ଭାରତୀୟ ଜନତା ପାର୍ଟି 40 ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଚି । ଯେଉଁ ତାଲିକାରେ ସ୍ଥାନ ପାଇଛନ୍ତି ଓଡିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୋହନ ମାଝୀଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ପାଇଛନ୍ତି । ତେବେ ପ୍ରଥମ ଥର ପାଇଁ ଓଡିଶାରେ ଭାରତୀୟ ଜନତା ପାର୍ଟି ସରକାର ଗଢିବା ବିଜେପି ପାଇଁ ଏକ ନୂଆ ଇତିହାସ ସୃଷ୍ଟି କରିଛି ଏବଂ ଝାଡଖଣ୍ଡ ନିର୍ବାଚନ ଭାରତୀୟ ଜନତା ପାର୍ଟି ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଯେଉଁଥିପାଇଁ ଝାଡଖଣ୍ଡ ନିର୍ବାଚନକୁ ନେଇ ନୂଆ ନୂଆ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି ବିଜେପି ହାଇକମାଣ୍ଡ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋହନ ମାଝୀଙ୍କୁ ଝାଡଖଣ୍ଡ ନିର୍ବାଚନରେ ସାରଥୀ ସଜାଇଛନ୍ତି ମୋଦି । ତେବେ ଚର୍ଚ୍ଚା ହେଉଛି କାହିଁକି ମୋହନଙ୍କୁ ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ଦିଆଯାଇଛି । ପ୍ରଥମତଃ ସେ ଓଡିଶାର ମୁଖ୍ୟମନ୍ତ୍ରୀ ଏବଂ ଦ୍ୱିତୀୟରେ ଝାଡଖଣ୍ଡ ଏକ ଆଦିବାସୀ ବହୁଳ ରାଜ୍ୟ ଅଟେ ଏବଂ ଆଦିବାସୀ ଭୋଟକୁ ନିଜ କବଜାକୁ ଆଣିବା ପାଇଁ ମୋହନ ଏକ ପ୍ରକାର ସାରଥୀ ସାଜିବେ । ଯେଉଁଥିପାଇଁ ମୋହନଙ୍କୁ ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ଦେଇଛି ଭାରତୀୟ ଜନତା ପାର୍ଟି । ଏହି 40 ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ପ୍ରଥମେ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଦ୍ୱିତୀୟରେ ରହିଛନ୍ତି ବିଜେପିର ରାଷ୍ଟ୍ରୀୟ ଅଧକ୍ଷ ତଥା କେନ୍ଦ୍ରମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା । କେବଳ ମୋହନ ନୁହଁନ୍ତି ବରଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମୋଦି ଏହି ଗୁରୁ ଦାୟିତ୍ୱ ଦେଇଛନ୍ତି । ତେବେ ଝାଡଖଣ୍ଡ ନିର୍ବାଚନରେ ଓଡିଶାର ଦୁଇ ସାରଥୀଙ୍କୁ ସାମିଲ କରାଯିବା ପଛରେ ପ୍ଲାନ କରୁଛି ମୋଦିଙ୍କ ବଡ ପ୍ଲାନ । ତେବେ ଦେଖିବାକୁ ଅପେକ୍ଷା ଯେଉଁ ଉଦ୍ଧେଶ୍ୟ ନେଇ ମୋହନଙ୍କୁ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଥିରେ କେତେ ସଫଳ ହେଉଛନ୍ତି ।