ମୋଦୀଙ୍କ ସେଲ୍ଫି ପରେ ଏବେ ନବୀନଙ୍କ ସେଲ୍ଫି ପଏଣ୍ଟ

ମୋଦୀଙ୍କ ସେଲ୍ଫି ପରେ ଏବେ ନବୀନଙ୍କ ସେଲ୍ଫି ପଏଣ୍ଟ

24 ନିର୍ବାଚନ ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଉଭୟଙ୍କର ଗୋଟି ଚାଳନା ଆରମ୍ଭ ହୋଇଗଲାଣି । ମୋଦୀଙ୍କ ପରେ ଏବେ ନବୀନଙ୍କ ସେଲଫି ପଏଣ୍ଟ । ନବୀନ ପଟ୍ଟନାୟକଙ୍କ ସେଲ୍ଫି ପଏଣ୍ଟ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ରାଜ୍ୟର ୩୮୨ଟି ସରକାରୀ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟକୁ କୁହାଯାଇଛି । କ୍ୟାମ୍ପସର ପ୍ରମୁଖ ସ୍ଥାନରେ ସେଲ୍ଫି ପଏଣ୍ଟ ପ୍ରତିଷ୍ଠା କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ ଫେବ୍ରୁଆରୀ ମାସ ପର୍ଯ୍ୟନ୍ତ ରଖିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କ୍ୟାମ୍ପସରେ ସାଂସ୍କୃତିକ ଓ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରିବାକୁ ରାଜ୍ୟ ସରକାର ନଭେମ୍ବରରେ ଆଇୱାଇଡିପିର ଶୁଭାରମ୍ଭ କରିଥିଲେ । ପରେ ପ୍ରୋଗ୍ରାମ ନାଁ ବଦଳାଇ ନୂତନ ଉନ୍ନତ ଅଭିଲାଷ ଓଡ଼ିଶା ବା ‘ନୂଆ-ଓ’କୁ ପରିବର୍ତନ କରାଯିବା ସହିତ ସମସ୍ତ ଶିକ୍ଷାନୁଷ୍ଠାନକୁ ନିର୍ଦ୍ଦେଶନାମା ଜାରି ହୋଇଥିଲା । ଏବେ ଆଉ ଏକ ପରିବର୍ତନ ମଧ୍ୟ ହୋଇଛି । ପ୍ରତିଯୋଗିତାରେ ଯେଉଁ ଛାତ୍ରଛାତ୍ରୀ ଅଂଶଗ୍ରହଣ କରୁଛନ୍ତି ସେମାନଙ୍କୁ ଦିଆଯାଉଥିବା ପ୍ରଶ୍ନପତ୍ରର ଉପରି ଭାଗରେ ‘ହ୍ୟାସ୍ ଗ୍ୟାଗ୍ ନୂଆ-ଓ’ ଲୋଗୋ ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ରଖିବାକୁ କୁହାଯାଇଛି । ଗତ ସପ୍ତାହରେ କେନ୍ଦ୍ର ସରକାର ସେଲ୍ଫି ପଏଣ୍ଟ ଆରମ୍ଭ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଫଟୋ ଥିବା ଥ୍ରୀ-ଡି ସେଲ୍ଫି ପଏଣ୍ଟ କ୍ୟାମ୍ପସର ପ୍ରମୁଖ ସ୍ଥାନରେ ପ୍ରତିଷ୍ଠା କରିବାକୁ ଦେଶର ସମସ୍ତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟକୁ ନିର୍ଦ୍ଦେଶ ଦିଆଯାଇଥିଲା ।

author

Related Articles

Leave a Reply

Your email address will not be published. Required fields are marked *