ମୋଦୀ ମନ୍ତ୍ର ନେଇ ଓଡ଼ିଶା ଫେରିଲା ବିଜେପି

ସାଧାରଣ ନିବାଚନ ପାଇଁ ବଦଳୁଛି ସମସ୍ତ ଦଳର ରୂପରେଖ । କେଉଁ ଦଳ ରାଜ୍ୟରେ ସ୍ଥିତି ବଞ୍ଚାଇବା ପାଇଁ ଚେଷ୍ଟା କରୁଛି ତ ଆଉ କିଏ ଦଳକୁ ଗ୍ରାଉଣ୍ଡରେ କ୍ଷୀପ୍ର କରିବା ପାଇଁ ଗୁରୁମନ୍ତ୍ର ଲୋଡୁଛି । ୨୪ ନିବାଚନ ପାଇଁ ଦିଲ୍ଲୀରୁ ମୋଦୀ ମନ୍ତ୍ର ନେଇ ଓଡିଶା ଫେରିଛନ୍ତି ବିଜେପି ବିଗ୍ରେଡ । କିପରି ଶାସକ ଦଳକୁ ହଟାଇ ଓଡିଶାରେ ନିଜର ସାମ୍ରାଜ୍ୟ ବିସ୍ତାର କରିବେ ସେନେଇ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଠାରୁ ମନ୍ତ୍ର ଆଣିଛି ରାଜ୍ୟ ବିଜେପି । ଗ୍ରାଉଣ୍ଡରେ ବିଜେପିକୁ ଆହୁରି କ୍ଷୀପ୍ର କରିବା ପାଇଁ ବ୍ଲୁ ପ୍ରଣ୍ଟ ରେଡି କରିଛି ବିଜେପି । ଏହାକୁ ନେଇ ବିରୋଧୀନେତା ଜୟ ନାରାୟଣ ମିଶ୍ର କହିଛନ୍ତି, ଏଥର ରାଜ୍ୟ ସରକାରଙ୍କ ପ୍ରତି ଆଭିମୁଖ୍ୟ ଆଉ ନରମ ରହିବନି । ବରଂ ଯୁଦ୍ଧ ହେବ । ଦିଲ୍ଲୀରୁ ବୈଠକ ସାରି ଭୁବନେଶ୍ୱର ଫେରିବା ପରେ ଏଭଳି ମନ୍ତବ୍ୟ ଦେଇଛନ୍ତି ଜୟ ନାରାୟଣ ମିଶ୍ର । ଏହା ସହ ଆସନ୍ତା ମାସରେ ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଗୃହମନ୍ତ୍ରୀ , ପ୍ରତିର ମନ୍ତ୍ରୀ ,ବିଜେପି ରାଷ୍ଟ୍ରୀୟ ସଭାପତିଙ୍କ ସମେତ ବହୁ କେନ୍ଦ୍ରମନ୍ତ୍ରୀ ଓଡିଶା ଆସିବେ ବୋଲି କହିଛନ୍ତି ବିରୋଧୀ ନେତା । ୨୦୨୪ରେ ଓଡିଶାରେ ବିଜେପି ସରକାର ଆସିବ ବୋଲି ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ଜୟ ନାରାୟଣ ।

author

Related Articles

Leave a Reply

Your email address will not be published. Required fields are marked *