ମୋନିଦୀପାଙ୍କୁ ନୂଆ ଦାୟିତ୍ୱ

ମୋନିଦୀପାଙ୍କୁ ନୂଆ ଦାୟିତ୍ୱ

କିଛିଦିନ ତଳେ ବିଜେଡିରେ ମିଶିଥିଲେ କଂଗ୍ରେସ ନେତା ବାପି ସର୍ଖେଲଙ୍କ ପତ୍ନୀ ମୋନୀଦୀପା ସର୍ଖେଲ । ସେ ବିଜେଡିରେ ସମାଲ ହେବା ପରେ ତାଙ୍କୁ ନୂଆ ଦାୟିତ୍ୱ ମିଳିଛି । ବିଜୁ ଶ୍ରମିକ ସାମ୍ମୁଖ୍ୟର ସେ କାର୍ଯ୍ୟକାରୀ ସଭାପତି ହୋଇଛନ୍ତି । ପିସିସି ସଭାପତିଙ୍କୁ ଇସ୍ତଫା ପତ୍ର ପଠାଇବା ପରେ ସେ ବିଜେଡିରେ ସାମିଲ ହୋଇଥିଲେ । ଆଜି ବିଜୁ ଶ୍ରମିକ ସାମ୍ମୁଖ୍ୟର କାର୍ଯ୍ୟକାରୀ ସଭାପତି ଭାବେ ଯୋଗ ଦେଇଛନ୍ତି । ସେପଟେ ପାରାଦୀପର ପାଇଁ ପାର୍ଥୀ ଘୋଷଣା ହୋଇନଥିବା ବେଳେ ସେଠାରେ ବିଜେଡି କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି । ବାପି ସର୍ଖେଲ କଂଗ୍ରେସରୁ ଇସ୍ତଫା ଦେବା ପରେ ପାରାଦୀପର ରାଜନୀତିରେ ଉଷ୍ମତା ସୃଷ୍ଟି ହୋଇଛି । ସେପଟେ ବିଜେଡି ବାପିଙ୍କ ପତ୍ନୀଙ୍କୁ ନୂଆ ଦାୟିତ୍ୱ ଦେଇଥିବା ବେଳେ ବାପିଙ୍କ ଗତି କେଉଁ ଆଡେ ରହିଛି ତାକୁ ନେଇ ଚର୍ଚ୍ଚା ହେଉଛି ।

author

Related Articles

Leave a Reply

Your email address will not be published. Required fields are marked *