ମୋବାଇଲକୁ ଫୁଲଚାର୍ଜ କରୁଥିଲେ ହୋଇଯାଆନ୍ତୁ ସାବଧାନ….

ମୋବାଇଲକୁ ଫୁଲଚାର୍ଜ କରୁଥିଲେ ହୋଇଯାଆନ୍ତୁ ସାବଧାନ….

ମୋବାଇଲ ଫୋନ ଏବେ ଜୀବନର ଗୁରୁତ୍ୱପୂର୍ଣ ଅଙ୍ଗ ପାଲଟିଯାଇଛି | ମୋବାଇଲ ଚାର୍ଜ ସରିଗଲେ ଏହାକୁ ପୁନଃ ଚାର୍ଜ କରିବାକୁ ପଡିଥାଏ | ତେବେ ଫୋନକୁ କେତେ ପ୍ରତିଶତ ଚାର୍ଜ କରିବା ଦରକାର ସେନେଇ ମତ ରଖିଛନ୍ତି ବିଶେଷଜ୍ଞ | ଫୋନ୍କୁ ୧୦୦ ପ୍ରତିଶତ ଚାର୍ଜ କରିବା ଆଦୌ ଠିକ ନୁହେଁ | କାରଣ ଏହାଦ୍ୱାରା ଫୋନ ଶୀଘ୍ର ଖରାପ ହେବାର ଆଶଙ୍କା ଥାଏ | ଏମିତିକ ଫୋନ ବ୍ୟାଟେରୀ ଲିଥିୟମ ଆୟନରୁ ତିଆରି ହୋଇଥିବା ବେଳେ ଫୋନ ଚାର୍ଜ ହେବାର ପ୍ରାୟ ୩୦ରୁ୫୦ ପ୍ରତିଶତ ସମୟରେ ଲିଥିୟମ ଆୟନ ବ୍ୟାଟେରୀ ଅଧିକ କାର୍ଯ୍ୟକ୍ଷମ ହୋଇଥା’ନ୍ତି | ତେଣୁ ବାରମ୍ବାର ଫୋନର ବ୍ୟାଟେରୀକୁ ୧୦୦ ପ୍ରତିଶତ ଚାର୍ଜ କରିବା ଦ୍ୱାରା ବ୍ୟାଟେରୀ ଖରାପ ହେବ ଆଶଙ୍କା ଥାଏ | ଲିଥିୟମ ଆୟନ ବ୍ୟାଟେରିର ଜୀବନକାଳ ୨ରୁ୩ବର୍ଷ | ତେଣୁ ଯେକୌଣସି ସ୍ମାର୍ଟଫୋନକୁ ୦ରୁ୨୦୦ ପ୍ରତିଶତ ଯାଏ ୩୦୦ରୁ ୫୦୦ ଥର ଚାର୍ଜ କରାଯାଇପାରିବ | ଯଦି ଏହି ସମୟ ସିମଠାରୁ ଅଧିକ ଥର ବ୍ୟାଟେରୀ ଫୁଲ ଚାର୍ଜ ହେଉଛି, ତେବେ ଖୁବଶୀଘ୍ର ଫୋନ ଖରାପ ହେବ ନିଶ୍ଚିନ୍ତ |

  • * ଫୁଲଚାର୍ଜ ହେବା ସତ୍ତ୍ୱେ ବି ଚାର୍ଜରେ ଲାଗିରହିବା ଦ୍ୱାରା ଫୋନ ଫାଟିବାର ବିପଦ ରହିଛି |
  • * ଲୋକାଲ ଚାର୍ଜରରେ ଚାର୍ଜ କରନ୍ତୁନି |
    * ମୋବାଇଲର ଅରିଜିନାଲ ଚାର୍ଜରରେ ଚାର୍ଜ କରିବା ଜରୁରୀ |
    * ଅଧିକ ସମୟ ପର୍ଯ୍ୟନ୍ତ ଫୋନକୁ ଭଲ ରଖିବାକୁ ଚାହୁଁଥିଲେ, ଫୋନ ବ୍ୟାଟେରୀ ଡାଉନ ହେବାକୁ ଦିଅନ୍ତୁନି |
    * ଯେପରି ବ୍ୟାଟେରୀ ୨୦ ପ୍ରତିଶତ ଚାର୍ଜକୁ ନ ଆସେ ସେଥିପ୍ରତି ଧ୍ୟାନ ଦିଅନ୍ତୁ |
author

Related Articles

Leave a Reply

Your email address will not be published. Required fields are marked *